ବିହାର ୨୮/୦୧ : ଯାନ୍ତ୍ରୀକ ତ୍ରୁଟି ଯୋଗୁ ଭାରତୀୟ ସେନାର ଲାଇଟ୍ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ଥ। ନିୟନ୍ତ୍ରଣ ହରାଇ ପଡିଗଲା ଚାଷ ଜମିରେ । ବିହାରର ବୋଦଗୟାରେ ଶୁକ୍ରବାର ଦିନ ଘଟିଛି ଏ ଅଘଟଣ। ଲାଇଟ୍ ଏୟାରକ୍ରାଫ୍ଟ ଏଏଡବ୍ଲୁ -୧୦୨ରେ ପ୍ରଶିକ୍ଷଣ ପାଇଁ ଯାଉଥିଲେ ୨ ପାଇଲଟ୍। ହେଲେ ସେମାନେ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଚାଷ ଜମିରେ ବିମାନ ଖସିବାର ଘଟଣା ଶୁଣି ଗ୍ରାମବାସୀମାନେ ଏକଜୁଟ୍ ହୋଇଯାଇଥିଲେ। ଦୁଇ ଜଣ ପାଇଲଟ୍ ଏ କଥାକୁ ନେଇ ଖୁବ୍ ଚିନ୍ତିତ ଥିଲେ ଯେ, କ୍ଷେତରେ ପଡିଥିବା ବିମାନକୁ କେମିତି ନିଆଯିବ। ଏହା ଭିତରେ ସେଠାରେ ଉପସ୍ଥିତ ଲୋକମାନେ ନିଜ କାନ୍ଧରେ ବିମାନକୁ ଉଠାଇ ରାସ୍ତାରେ ନେଇ ରଖି ଦେଇଥିଲେ।
wp:html/wp:htmlसेना के जवान परेशान थे की तकनीकी खराबी के कारण जो हेलीकॉप्टर बीच खेत में उतर गया या कहें गिर गया उसको कैसे निकाला जाए?
— Rishikesh Kumar (@rishhikesh) January 28, 2022
गांव वालों को आवाज दी। गांव वाले आए। कंधे पर उठाकर #हेलीकॉप्टर को मेन रोड पर पहुंचा दिए।
तो यह है #बिहार उड़ती चिड़िया को हल्दी लगाना आता है pic.twitter.com/kT744qWcME
ସୂଚନା ଅନୁସାରେ, ଆର୍ମୀ କେଣ୍ଟ୍ ଏୟାରପୋର୍ଟ ପାଖରେ ପ୍ରତିଦିନ ଟ୍ରେନିଂ ପାଇଁ ଯାଉଥିବା ବିମାନ ଦେଖିବାକୁ ମିଳେ। ଶୁକ୍ରବାର ସକାଳେ ବି ଟ୍ରେନିଂ ପାଇଁ ପାଇଲଟ୍ ଉଡାଣ ଭରିଥିଲେ। କିନ୍ତୁ କିଛି ସମୟ ପରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା। ଆଉ ନିୟନ୍ତ୍ରମ ହରାଇ ଚାଷ ଜମିରେ ପଡିଯାଇଥିଲା। ବିମାନ ଖସିବା ଦେଖି ଆଖପାଖ ଲୋକେ କ୍ଷେତରେ ପହଞ୍ଚି ଯାଇଥିଲେ। ପରେ ୨ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବିମାନକୁ ନେଇ ରାସ୍ତାରେ ରଖିଦେଇଥିଲେ। ଘଟଣାର କିଛି ସମୟ ପରେ ସେନାର ୫ ଯବାନ ଘଟଣା ସ୍ଥଳରେ ପହଞ୍ଚି ୨ ଯବାନଙ୍କୁ ନିଜ ସ୍ଥାନରୁ ନେଇ ଯାଇଥିଲେ।