ସେନା କର୍ମଚାରୀଙ୍କୁ ହତ୍ୟା, ଘରକୁ ଫେରୁଥିବାବେଳେ ସଂଘବଦ୍ଧ ଆକ୍ରମଣ

Published By : Prameya-News7 Bureau | December 07, 2023 IST

ଖଲ୍ଲିକୋଟ ୦୭/୧୨: ସେନା କର୍ମଚାରୀଙ୍କୁ ହତ୍ୟା । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଛି । କ୍ରିକେଟ ଖେଳ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ଭାରତୀୟ ସେନା କର୍ମଚାରୀ ଜେ.ଡିଲେଶ୍ୱର ପାତ୍ର ।

ସୂଚନା ଥାଉକି, ଚମାଖଣ୍ଡି ଥାନା କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର ଚଳିତ ମାସ ୩ ତାରିଖ ଦିନ ଗୋପଳପୁରରୁ କ୍ରିକେଟ ଖେଳି ଘରକୁ ଫେରୁଥିଲେ । ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକ ଠାରେ ତାଙ୍କୁ କିଛି ଦୁର୍ବୃତ୍ତ କୈାଣସି କାରଣକୁ ନେଇ ତାଙ୍କୁ ସଂଘବନ୍ଧ ଭାବେ ଆକ୍ରମଣ କରିଥିଲେ । ଯାହାଫଳରେ ସେ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ଅଚେତ ହୋଇ ପଡି ଯାଇଥିଲେ ।

ପରିବାର ଲୋକ ଏହାର ଖବର ପାଇ ତାଙ୍କୁ ପ୍ରଥମେ ବ୍ରହ୍ମପୁର ପରେ ଗୁରୁତର ଅବସ୍ଥାରେ ଭୂବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏନେଇ ତାଙ୍କ ନିଜ ଗ୍ରାମ ତଥା କାଳିପଲ୍ଲୀ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

wp:embed {"url":"https://www.prameyanews7.com/youth-murder-at-ghatagaon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/youth-murder-at-ghatagaon/
/wp:embed

ଅନ୍ୟପଟେ ଏ ଘଟଣାକୁ ନେଇ ଗତକାଲି ଚମାଖଣ୍ଡି ଥାନାରେ ୪୪୧/୨୩ନଂ ଏକ ମାମଲା ରୁଜୁ ହୋଇଥିଲା । ଏନେଇ ତଦନ୍ତ ଆରମ୍ଭ ହୋଇ ସାରିଛି, ମାମଲାରେ ଜଡିତ ଥିବା ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଗଂଜାମ ଏସପି ଜଗମୋହନ ମୀନା କହିଛନ୍ତି । ଏହି ଘଟଣାରେ ଚାରି ଜଣକ ନାମରେ ମାମଲା ରୁଜୁ ହୋଇଛି ବୋଲି ଚମାଖଣ୍ଡି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଜେ.ଡିଲେଶ୍ୱରଙ୍କ ସମ୍ପର୍କୀୟ ଲୋକଙ୍କ କହିବା ଅନୁସାରେ ଦୀର୍ଘ ବର୍ଷ ହେଲା ଡିଲେଶ୍ୱର ଆର୍ମିରେ କାର୍ଯ୍ୟ କରି ଆସୁଥବା ବେଳେ ଗତ କିଛି ଦିନ ତଳେ ସେ ତାଙ୍କ ଗ୍ରାମକୁ ଛୁଟିରେ ଆସିଥିଲେ । ଗୋପାଳପୁରରୁ ସେ ଘରକୁ ଫେରୁଥିବା ବେଳେ ହରିପୁର ଛକ ଠାରେ ତାଙ୍କୁ କିଛି ଦୁର୍ବୁତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ଫଳରେ ତାଙ୍କର ମୁଣ୍ଡ ଓ କାନକୁ ଗଭୀର ଆଘାତ ଲାଗିଥିବା ରୁ ଗୁରୁତର ଅବସ୍ଥାରେ ଭୂବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିଲେ । ଏନେଇ ଡିଲେଶ୍ୱରଙ୍କ ମାଆ ଗତ ୫ ତାରିଖ ଦିନ ଚମାଖଣ୍ଡି ଥାନାରେ ଏତଲା ଦେଇଥିଲେ । ମୃତ୍ୟୁର ଖବର ପାଇବା ପରେ ପରିବାର ମଧ୍ୟ ରେ ଶୋକର ବାତାବରଣ ଖେଳିଯାଇଛି । ଘରେ ତାଙ୍କର ୧୦ ଦିନର ଏକ କନ୍ୟା ସନ୍ତାନ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.