ପାକିସ୍ତାନୀ ସୁନ୍ଦରୀ ଜାଲରେ ଇଣ୍ଡିଆନ ଆର୍ମି ଅଫିସର; ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ ଯବାନ

Published By : Prameya-News7 Bureau | May 22, 2022 IST

ରାୟପୁର: ପାକିସ୍ତାନୀ ସୁନ୍ଦରୀ ଜାଲରେ ଇଣ୍ଡିଆନ ଆର୍ମି ଅଫିସର। ହନିଟ୍ରାଫ୍‌ରେ ଫସି ଲିକ୍ କରୁଥିଲେ ଦେଶର ସୁରକ୍ଷା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଶେଷରେ ରାଜସ୍ଥାନ ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଇଛନ୍ତି ସେନାରେ ଥିବା ପ୍ରଦୀପ କୁମାର। ରାଜସ୍ଥାନ ପୁଲିସ ଏହି ସୂଚନା ଦେଇଛି।
ରାଜସ୍ଥାନ ପୁଲିସ ଇଣ୍ଟେଲିଜେନ୍ସ ଡିଜି ଉମେଶ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି" ରାଜସ୍ଥାନ ପୁଲିସ ଯୋଧପୁରର ଗୁରୁତ୍ୱପୂର୍ଣ୍ଣ ରେଜିମେଣ୍ଟରେ ନିଯୁକ୍ତ ଥିବା ଜଣେ ସେନା ଯବାନଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୋଇନ୍ଦା ବିଭାଗରେ କାମ କରୁଥିବା ମହିଳାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।"

ଗିରଫ ଯବାନ ସୋସିଆଲ୍ ମିଡିଆରେ ପାକିସ୍ତାନୀ ମହିଳାଙ୍କ ସହ ନିୟମିତ ସମ୍ପର୍କରେ ଥିଲେ। ଦେଶର ରଣନୀତି କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶେୟାର କରୁଥିଲେ। ପାଖାପାଖି ୭ ମାସ ତଳେ ମହିଳାଙ୍କ ପାଖରୁ କଲ୍ ଆସିଥିଲା। ଏହି ଫୋନ୍ କଲ୍‌ରୁ ଦୁହିଁଙ୍କ ସମ୍ପର୍କର ବଢ଼ିଥିଲା। ଏହାପରେ ଉଭୟେ ସୋସିଆଲ୍ ମିଡିଆରେ ଚାଟ୍ ଆରମ୍ଭ କରିଥିଲେ।

ମହିଳା ନିଜକୁ ଗ୍ୱାଲିୟର ମଧ୍ୟପ୍ରଦେଶର ବୋଲି କହିଥିଲେ। ଏହି ମହିଳା ବାହା ହେବାକୁ ପ୍ରତିଶ୍ରୁତି ଦେଇ ଭାରତୀୟ ସେନା ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗିଥିଲେ। ସେନା ଯବାନ ମଧ୍ୟ ଆର୍ମି ଅଫିସ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଫଟୋ ଶେୟାର ମହିଳାଙ୍କୁ ଦେଇଥିଲେ। ସେନା ଯବାନଙ୍କ ବିରୋଧରେ ଅଫିସିଆଲ୍‌ ସିକ୍ରେଟ ଆକ୍ଟ ୧୯୨୩  ଅଧିନରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.