ରାଜସ୍ଥାନରେ ବାୟୁସେନାର ମିଗ୍-୨୧ କ୍ରାସ, ପାଇଲଟ୍ ମୃତ

Published By : Prameya-News7 Bureau | December 24, 2021 IST

ଜୈସଲମେର ୨୪।୧୨:  ରାଜସ୍ଥାନର ଜୈସଲମେର ନିକଟରେ ଭାରତୀୟ ସେନାର ମିଗ୍-୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଭାରତ-ପାକିସ୍ତାନ ସୀମା ନିକଟରେ ଘଟିଛି। ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାର କାରଣ ଜଣା ପଡିନାହିଁ।

wp:html /wp:html

କୁହାଯାଉଛି, ଶୁକ୍ରବାର ସନ୍ଧ୍ୟା ୮ଟା ୩୦ରେ ବିମାନ ଦୁର୍ଘଟଣା ଘଟିଛି। ବିମାନଟି ନିୟମିତ ଉଡାଣରେ ଥିଲା। ଘଟଣାର ସୂଚନା ମିଳିବା ମାତ୍ରେ ବାୟୁସେନାର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜୈସଲମେର ପୋଲିସ ଅଧୀକ୍ଷକ ଅଜୟ ସିଂହ କହିଛନ୍ତି, ବିମାନ ଦୁର୍ଘଟଣା ଜାତୀୟ ପାର୍କ ଅଞ୍ଚଳର ମରୁଭୂମିରେ ଘଟିଛି। ଦୁର୍ଘଟଣାସ୍ଥଳ ସାମ ପୋଲିସ ଅନ୍ତର୍ଗତରେ ଆସୁଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ବିମାନ ମାଟିରେ ପଡିବା ବେଳେ ଉଚ୍ଚ ଶବ୍ଦ ଶୁଣିବାକୁ ମିଳିଥିଲା। ସର୍ବ ପ୍ରଥମେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସୂଚନା ଆଧାରରେ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପାଇଲଟଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତେବେ ଶରୀର ସଂପୂର୍ଣ୍ଣ ଜଳି ଯାଇଥିବାରୁ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.