Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନାକୁ ବିରୋଧ; ଭବିଷ୍ୟତ ଅନ୍ଧାର ବୋଲି କହି ରେଳ ରୋକିଲେ ଚାକିରି ଆଶାୟୀ

15/06/2022 at 11:02 PM

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ। ଯେଉଁଥିରେ ୪ ବର୍ଷର ସେନା ଚାକିରି ଅଫର କରାଯାଇଥିଲା। କେନ୍ଦ୍ରର ଏହି ଯୋଜନାକୁ ନେଇ ଏବେ ବିରୋଧ ତେଜିଛି। ବିହାରର ବକ୍ସର ରେଳ ଷ୍ଟେସନର ଏନେଇ ଚାକିରି ଆଶୟୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

ସ୍ଥିତି ଏମିତି ହୋଇଛି ଯେ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରାଜ୍ୟ  ସାରା ବିରୋଧ ଜାରି ରହିଛି। ବକ୍ସରରେ ଆଶାୟୀମାନେ ଟ୍ରେନ୍ ରୋକିବାକୁ ଉଧ୍ୟମ କରିବା ସହ ଯୋଜନା ବିରୋଧରେ ନାରାବାଜୀ କରିଛନ୍ତି।

ଚାକିରି ଆଶାୟୀଙ୍କ କହିବା କଥା ହେଲା ୪ ବର୍ଷ ଚାକିରି କାଳ ଅତି ସଂକ୍ଷିପ୍ତ ଅବଧି। ଏହାପରେ ଭବିଷ୍ୟତ ପାଇଁ କୌଣସି ଯୋଜନା ନଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅବସରକାଳୀନ କୌଣସି ସଠିକ୍ ଯୋଜନା ନଥିବାରୁ ଏହାକୁ ବିରୋଧ କରାଯାଉଛି ବୋରି ବିକ୍ଷୋଭକାରୀମାନେ କହିଛନ୍ତି।  

   Related Posts