ଡେହେରାଡୁନ: ରୁଡକୀ-ଡେହେରାଡୁନ ହାଇୱରେ ସେନାର ଗାଡି ଏବଂ ଜଣେ ପୋଲିସ ଏସଆଇ ଅଧିକାରୀଙ୍କ କାର ଧକ୍କା ହୋଇଥିଲା। ପୋଲିସ ଏସଆଇ ଏବଂ ଗାଡିରେ ଥିବା ସେନାର ଯବାନଙ୍କ ମଧ୍ୟ ପାଟିତୁଣ୍ଡ ସହ ଧକା ମରାମରି ହୋଇଥିଲେ । ଏହି ସମୟରେ ଲୋକଙ୍କ ଭିଡି ଜମିଥିଲା। ସମସ୍ତେ ସେନାଙ୍କ ପକ୍ଷରେ ନାରାବାଜି କରିଥିଲେ। ଭଗବାନପୁର ଥାନାର ଏସଆଇ ଅନିଲ ସିଂ ବିଷ୍ଟ ନିଜର ବ୍ୟକ୍ତିଗତ କାରରେ ରୁଡକୀରୁ ଭଗବାନପୁର ଫେରୁଥିଲେ।
ରାମନଗର ନିକଟରେ ପହଞ୍ଚବା ପରେ ପଛରୁ ଆସୁଥିବା ସେନାର ଗାଡି ତାଙ୍କ କାରର ସାଇଡରେ ଲାଗି ଯାଇଥିଲା। ଏହାପରେ ଏସଆଇ ଏବଂ ଯବାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଯବାନ ଏବଂ ପୋଲିସ ପରସ୍ପରକୁ ଧକା ମାରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମୁଳୁଛି। ଲୋକଙ୍କ ଭିଡି ମଧ୍ୟ ଜମିଥିଲା।
ସ୍ଥାନୀୟ ଲୋକେ ସେନା ସମର୍ଥନରେ ନାରାବାଜି କରିଥିଲେ। ସେନା ଏବଂ ଭାରତ ମାତା କି ଜୟ ନାରା ଲଗାଇଥିଲେ। ସେନାର ଯବାନ ଏବଂ ପୋଲିସକର୍ମୀଙ୍କ ମଧ୍ୟରେ ଏହି ବିବାଦରେ ଶନିବାର ଏକ ମାମଲା ରୁଜୁ ହୋଇଛି। ଏହାସହ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।