ଜାଣନ୍ତୁ ହୀମମାନବର ଇତିହାସ ଓ ତା ପଛର କାହାଣୀ

Published By : Prameya-News7 Bureau | May 02, 2019 IST

ନିକଟରେ ଭାରତୀୟ ସେନା ୩୨ ଇଞ୍ଚ ଦୀର୍ଘ ଓ ୧୫ ଇଞ୍ଚ ଚୌଡା ଏକ ପାଦ ଚିହ୍ନର ଛବି ଟ୍ବିଟ୍ କରିଥିଲା। ପାଟ୍ରୋଲିଂ  ଦଳ ଗତ ଏପ୍ରିଲ ୯ ତାରିଖ ଦିନ ନେପାଳ ସୀମାବର୍ତ୍ତି ମକାଲୁ ସେକ୍ଟରରେ ଏହି ରହସ୍ୟମୟ ପାଦଚିହ୍ନ ଦେଖିବାକୁ ପାଇଥିଲେ ବୋଲି ସେନା ଟ୍ବିଟ୍ ବାର୍ତାରେ ସୂଚିତ କରିବା ପରେ ହୀମ ମାନବର ଉପସ୍ଥିତିକୁ ନେଇ ଦେଶରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।  ଏହା ପୂର୍ବରୁ ମଧ୍ୟ ହୀମମାନବର ପାଦ ଚିହ୍ନ ନେପାଳର ମକାଲୁ-ବରୁନ ଜାତୀୟ ଉଦ୍ୟାନ କ୍ଷେତ୍ରରେ ଦେଖାଯାଇଥିବା ନେଇ ଲୋକେ ଦାବି କରିଥିଲେ। ତେବେ ଆର୍ମିର ଟ୍ବିଟ୍ ଏବେ ସୋସାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏକ ଭିନ୍ନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । 

{"id":109854}

କିଛି ଲୋକ ଏହାକୁ ଏକ କଳ୍ପନା ବୋଲି କହୁଥିବା ବେଳେ ଆଉ କିଛି ଏହାର ଅବସ୍ଥିତି ନେଇ ତର୍କ କରୁଛନ୍ତି । ତେବେ ବୌଜ୍ଞାନିକମାନେ ହୀମ ମାନବକୁ ଆଜି ବି ଏକ କାଳ୍ପନିକ କଥାବସ୍ତୁ ବୋଲି କହୁଛନ୍ତି । ପାଶ୍ଚାତ୍ୟ ଦେଶରେ ବିଗଫୁଟ ବୋଲି ଯାହା କୁହାଯାଉଛି ତାହା ୟେତୀ ବୋଲି ବୈଜ୍ଞୀନିକମାନେ କହୁଥିବା ବେଳେ ନେପାଳ ଓ ସୀମାବର୍ତ୍ତି ଭାରତରେ ହୀମ ମାନବ ଦୀର୍ଘ ଦଶନ୍ଧୀରୁ କାଳ୍ନନିକ ଲୋକକଥାର ଲୋକପ୍ରିୟ ଚରିତ୍ର ରହି ଆସିଛି ।

{"id":109855}

ନେପାଳୀ କଥାକାର ଶିବ ଢକାଲ ହୀମ ମାନବକୁ ନେଇ ୧୨ଟି କାହାଣୀ ରଚନା କରିଛନ୍ତି । ତାଙ୍କର କାହାଣୀ ସଂଗ୍ରହ ‘ଫୋଲ୍କ ଟେଲସ ଅଫ ଶେରପା ଏଣ୍ଡ ୟେତୀ ’ରେ ସେ ହୀମ ମାନବର ଚମତ୍କାର ବର୍ଣ୍ଣନା କରିଛନ୍ତି । ପ୍ରତ୍ୟେକ କାହାଣୀରେ ସେ ୟେତୀକୁ ବିପଦଜନକ ପଶୁ ଭାବେ ବର୍ଣ୍ଣନା କରିଛନ୍ତି । ତେବେ ନେପାଳୀ ଲୋକକଥାରେ ହୀମମାନବ ସମ୍ପର୍କରେ ପାର୍ବତ୍ୟାଞ୍ଚଳର ଲୋକେ ସେମାନଙ୍କ ଶିଶୁଙ୍କୁ ନୀତିଶିକ୍ଷା ଦେବା ସହ ଜଙ୍ଗଲୀ ପଶୁପକ୍ଷୀଙ୍କ ଯୋଗୁ  ମାନବ ପାଇଁ ଥିବା ବିପଦ ନେଇ ସତର୍କ କରାଇଥାନ୍ତି। ତେବେ ୟେତୀକୁ ନେଇ ଅନେକ କଥା ଶୁଣା ଯାଉଥିଲେ ହେଁ ଶେଷରେ ସେ ସବୁ ଗୁଜବ ପ୍ରମାଣିତ ହୋଇଛି ।

{"id":109856,"width":580,"height":586}

କେହି ବି ୟେତୀର ଅସ୍ତିତ୍ବ ନେଇ ସଠିକ ଭାବେ କୌଣସି ପ୍ରମାଣ ଉପସ୍ଥାପିତ କରି ନାହାନ୍ତି । ଏଣୁ ୟେତୀକୁ ନେଇ ବିଜ୍ଞାନ କୌଣସି ସ୍ପଷ୍ଟ  ତଥ୍ୟ ଦେଇ ପାରୁନଥିବା ବେଳେ ଏୟାକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ବିଭେଦ ବି ଦେଖାଯାଇଛି । ବୈଜ୍ଞାନିକଙ୍କ ଏକ ବର୍ଗ ଏଭଳି ପ୍ରାଣୀଙ୍କ ଉପସ୍ଥିତି ନାହିଁ ବୋଲି କହୁଥିବା ବେଳେ ଅନ୍ୟ ଗୋଟିଏ ବର୍ଗ ପୃଥିବୀରେ ନିଶ୍ଚିତ ଏଭଳି ପ୍ରାଣୀ ଥିବା ଦାବି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.