ସ୍ଥଳସେନା କୁକୁର ପ୍ରଦର୍ଶନି; ଅଞ୍ଚଳବାସୀ ଦେଖିଲେ ଡଗ୍ ସ୍କ୍ୱାର୍ଡର ରଣ କୌଶଳ
19/12/2022 at 11:34 PM

ଖୋର୍ଦ୍ଧା ୧୯/୧୨: ଖୋର୍ଦ୍ଧା କୋଣାର୍କ ନଗରରେ ଥିବା ଏକ ପଡ଼ିଆରେ ସ୍ଥଳସେନା କୁକୁର ସ୍ବାର୍ଡର ସ୍ବତନ୍ତ୍ର ସମର କଳା କୌଶଳ ପ୍ରଦର୍ଶନ। କୋଣାର୍କ ନଗର ବିକାଶ ପରିଷଦ ଅନୁରୋଧରେ ସ୍ଥଳସେନା କର୍ତ୍ତୃରପକ୍ଷଙ୍କ ଅନୁମତିରେ ଏହି ଆର୍ମି କୁକୁର ସମରକଳା ପ୍ରଦର୍ଶନି ଅନୁଷ୍ଠିତ ହୋଇଚଛି। ଏହି ଆର୍ମି ଡଗ୍ ସ୍କ୍ୱାର୍ଡ ମିରଟରୁ କୋଲକତାକୁ ଯାଉଥିବା ଆର୍ମିର ଡଗ୍ ସ୍ବାର୍ଡର ଟିମ୍ର। ଯୁଦ୍ଧ ବେଳେ ତାଲିମ ପାଇଥିବା କୁକୁରମାନେ କିପରି ସୈନିକମାନଙ୍କୁ ସାହାଯ୍ଯ କରନ୍ତି ଓ ଶତୃ ଦମନରେ ଡଗ୍ ସ୍ବାର୍ଡ କିପରି ସହାୟତା କରନ୍ତି ସେନେଇ ସମରକଳା ପ୍ରଦର୍ଶନ କରିଥିଲେ। ଆର୍ମିର ଡଟ୍ ସ୍ବାଜର ସମରକଳା ପ୍ରଦର୍ଶନ ଦେଖିବାକୁ ଖୋର୍ଦ୍ଧା ଅଞ୍ଚଳର ସ୍ଥାନୀୟ ଲୋକମାନଙ୍କର ବେଶ ଭିଡ଼ ଜମିଥିଲା।
Related Posts
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023
ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ
5 February 2023
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023