ଧରାପଡିବା ପରେ ଇରାନ କ୍ଷୁବ୍ଧ, ମିସାଇଲ ଆଟାକ୍‌ର ଭିଡିଓ ପୋଷ୍ଟ କରିଥିବା ଯୁବକ ଅଟକ

Published By : Prameya-News7 Bureau | January 15, 2020 IST

ତେହେରାନ ୧୫।୦୧: ଆମେରିକା- ଇରାନ ମଧ୍ୟରେ ଚାଲିଥିବା ଅଘୋଷିତ ଯୁଦ୍ଧ ଶୀକାର ହୋଇଥିଲା ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ । ଇରାନର ଆକାଶରେ ଯୁକ୍ରେନର ଏକ ବିମାନକୁ ମିସାଇଲ ମାଡ କରି ଖସାଇଦିଆଯାଇଥିଲା । ପ୍ରଥମେ ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ବୋଲି ଇରାନ ଦାବି କରିଥିଲା । କିନ୍ତୁ ପରେ ଜଣେ ବ୍ୟକ୍ତିଙ୍କ ଏକ ଭିଡିଓ ପୋଷ୍ଟ ସମସ୍ତ ଘଟଣା ଉପରକୁ ପର୍ଦା ଉଠାଇବା ସହ ଇରାନ ସେନାକୁ ସନ୍ଦେହ ଘେରରେ ଆଣିଥିଲା । ତେବେ ବିମାନ ଦୁର୍ଘଟଣାର କିଛି ଦିନ ପରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ଼ର ମିସାଇଲ ମାଡରେ ବିମାନଟି ଖସିଛି ବୋଲି ମାନି ଥିବା ଇରାନ । ଯାହାକୁ ନେଇ ବିଶ୍ବସମୁଦାୟ ଆଗରେ ଇରାନ କ୍ଷମା ମାଗିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲା । ଏହି ବିମାନରେ ଥିବା ୧୭୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

ୟୁକ୍ରେନର ଏକ ଯାତ୍ରୀବାହୀ ବିମାନକୁ ଭୁଲ୍‌ରେ ମିସାଇଲ୍‌ ମାଡ କରି ଖସାଇ ଦେବାର ଏକ ଭିଡିଓ ପୋଷ୍ଟ କରିଥିବା ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ କୁଲିନ୍ କ୍ରାନ୍ତିକାରୀ ଗାର୍ଡସ ଗିରଫ କରିଛି । ଗିରଫ ଜଣଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚାରଉଚାର ଜାରି ରଖୁଛି ସେନା ।

ସୂଚନାନୁସାରେ ୟୁକ୍ରେନ ବିମାନକୁ ମିସାଇଲ ମାଡ କରିବା ଘଟଣାରେ ଦାୟୀ କିଛି କର୍ମଚାରୀଙ୍କୁ ଗିରଫ କରାଯାଇଛି । ତେବେ କେତେ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କର ଭୂମିକା କ’ଣ ଥିଲା, ତାହା ସ୍ପଷ୍ଟ କରାଯାଇନାହିଁ । ସେପଟେ ଇରାନର ରାଷ୍ଟ୍ରପତି ହାସନ ରୁହାନି ମଙ୍ଗଳବାର କହିଛନ୍ତି ଯେ, ଉକ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ । ଏଥିପାଇଁ ଦେଶର ବଛା ବଛା ବିଚାରପତି ଓ ବିଶେଷଜ୍ଞମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଅଦାଲତ ଗଠନ କରାଯିବ । ଏହି ଅଦାଲତ ଉକ୍ତ ଘଟଣାର ଯାଞ୍ଚ କରିବ ଏବଂ ସେଥିପାଇଁ କିଏ ଦାୟୀ ତାହା ଚିହ୍ନଟ କରାଯିବ । ଏଥିରେ ସଂପୃକ୍ତ କର୍ମଚାରୀମାନଙ୍କୁ ସମୁଚିତ ଦଣ୍ଡ ଦିଆଯିବ । କାରଣ ଏବେ କେବଳ ଇରାନର ଲୋକ ନୁହନ୍ତି, ବରଂ ସମଗ୍ର ବିଶ୍ୱର ଦୃଷ୍ଟି ଇରାନର ପଦକ୍ଷେପ ଉପରେ ନିବଦ୍ଧ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.