ବଡ଼ ଖବର /ପୁଣି ଥରେ ହେବ ସର୍ଜିକାଲ ଏୟାରଷ୍ଟ୍ରାଇକ: କହିଲେ ସେନାମୁଖ୍ୟ ବିପିନ ରାଓ୍ବାତ:

Published By : Prameya-News7 Bureau | September 23, 2019 IST

ନୂଆଦିଲ୍ଲୀ-୨୩|୯: ପାକିସ୍ତାନ ଓ ଭାରତ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ରକ୍ତମୁଖା ହୋଇ ଉଠିଛି। ଜୈଶ-ଏ-ମହମ୍ମଦର ଆତଙ୍କବାଦୀଙ୍କୁ ନେଇ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କୀ ସଂଗଠନଗୁଡିକ ଶକ୍ତିଶାଳୀ କରିବାରେ ଲାଗିଛନ୍ତି। ଦିନ ଗତ କିଛିଦିନ ହେଲା କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଗୁଳି ଚାଳନା କରି ଆସୁଛନ୍ତି।

{"id":161404}
wp:core-embed/twitter {"url":"https://twitter.com/ANI/status/1176010236961812480","type":"rich","providerNameSlug":"twitter","className":""}
https://twitter.com/ANI/status/1176010236961812480
/wp:core-embed/twitter

ଆତଙ୍କବାଦୀ ସଂଗଠନଗୁଡିକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଛି। ଏନେଇ ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବାତ କହିଛନ୍ତି ଯେ, ପାକିସ୍ତାନ ବାଲାକୋଟରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡିକୁ ପୁଣି ସକ୍ରିୟ କରିଛି।ପାକିସ୍ତାନର ବାଲାକୋଟରେ ଉପରେ ଭାରତୀୟ ବାୟୁସେନା ସର୍ଜିକାଲ ଏୟାରଷ୍ଟ୍ରାଇକ କରି ସବୁ ନିଷ୍ଟଭ୍ରଷ୍ଟ କରି ଦେଇଥିଲା।  କିନ୍ତୁ ଠିକ୍ ଆଠ ମାସ ପରେ ​ସମାନ ସ୍ଥାନରେ  ପାକିସ୍ତାନ ପୁଣି ଆତଙ୍କବାଦୀ ସଂଗଠନ ଗୁଡିକୁ ଶକ୍ତିଶାଳୀ କରିବାରେ ଲାଗିଛି। ଆବଶ୍ୟକ ପଡିଲେ ପାକିସ୍ତାନର ବାଲାକୋଟରେ ପୁଣି ଥରେ ସର୍ଜିକାଲ ଏୟ।ରଷ୍ଟ୍ରାଇକ କରାଯାଇ ପାରେ ବୋଲି ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ସେନା ମୁଖ୍ୟ ବିପିନ ରାଓ୍ବତ କହିଛନ୍ତି।

wp:core-embed/twitter {"url":"https://twitter.com/ANI/status/1176003212446273536","type":"rich","providerNameSlug":"twitter","className":""}
https://twitter.com/ANI/status/1176003212446273536
/wp:core-embed/twitter

କୁଖ୍ୟାତ ଆତଙ୍କବାଦୀ ଅବଦୁଲ ଓ୍ବାହାବଶେଖ୍‌କୁ ଗୁଜୁରାଟ ଏଟିଏସ ଅହମଦାବାଦଠାରୁ ଗିରଫ କରିଛି। କ୍ରାଇମ ବ୍ରାଞ୍ଚର ଏସିପି ବି,ଭି ମୋହିଲଙ୍କ କହିବା ମୁତାବକ, ଅହମ୍ମଦାବାଦରୁ ଫେରିବା ବେଳେ ଗୁଜୁରାଟର ଏଣ୍ଟି ଟେରରିଜିମ୍‌ ସ୍କ୍ବାଡ ତାଙ୍କୁ ଗିରଫ କରିଥିଲା।

wp:core-embed/twitter {"url":"https://twitter.com/ANI/status/1176002529554944000","type":"rich","providerNameSlug":"twitter","className":""}
https://twitter.com/ANI/status/1176002529554944000
/wp:core-embed/twitter

 ସେନା ମୁଖ୍ୟ ବିପିନ ରାଓ୍ବାତ କହିଛନ୍ତି,  ପାକିସ୍ତାନୀ ଆତଙ୍କବାଦୀ କାଶ୍ମୀର ଭିତରକୁ ପ୍ରବେଶ କରିବା ଲାଗି ଉଦ୍ୟମ ଜାରି ରଖିଛି।ଏଥିପାଇଁ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରୁଛନ୍ତି। ପାକିସ୍ତାନର ସିଜ ଫାୟାରିଂର ଜବାବ ଭାରତୀୟ ସେନା ବାହିନୀ କିପରି ଦେବ ତାହା ଭଲ ଭାବେ ଜାଣିଛନ୍ତି। ଆବଶ୍ୟକ ପଡିଲେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି ବିପିନ ରାଓ୍ବାତ କହିଛନ୍ତି।

{"id":161403}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.