vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

ଚୀନ ସହ ଉତ୍ତେଜନା ମଧ୍ୟରେ ଲଦାଖରେ ପହଞ୍ଚିଲେ ସେନା ମୁଖ୍ୟ ମୁକୁନ୍ଦ ନରୱଣେ, ଫିଲ୍ଡ କମାଣ୍ଡରଙ୍କ ସହିତ କରିବେ ସ୍ଥିତି ସମୀକ୍ଷା

3/09/2020 at 12:56 PM

ନୂଆଦିଲ୍ଲୀ ୦୩/୦୯ : ସେନା ମୁଖ୍ୟ ମୁକୁନ୍ଦ ନରୱଣେ ଲେହ ସ୍ଥିତି ତଦାରଖ କରିବାକୁ ଗୁରୁବାର ଦିନ ଲଦାଖ ଗସ୍ତରେ ଯାଇଛନ୍ତି | ଚୀନ ସହ ଉତ୍ତେଜନା ମଧ୍ୟରେ ଲଦାଖରେ ପହଞ୍ଚିଛନ୍ତି ସେନା ମୁଖ୍ୟ | ଲଦାଖରେ ପହଞ୍ଚି ସେ ଫିଲ୍ଡ କମାଣ୍ଡରଙ୍କ ସହିତ ପ୍ରସ୍ତୁତି ସମୀକ୍ଷା କରିବେ | ଏଲଏସିରେ ରଣନୀତିକ ଢାଞ୍ଚାର ପରିଯୋଜନା ମଧ୍ୟ ତଦାରଖ କରିବେ | ଦୁଇ ଦିନିଆ ଗସ୍ତରେ ସେନା ମୁଖ୍ୟ ମୁକୁନ୍ଦ ନରୱଣେ ସେନାଙ୍କ ଅପରେସନ ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିବେ | 

ଭାରତ ଚୀନ ମଧ୍ୟରେ ବୁଧବାର ହୋଇଥିବା ସୈନ୍ୟ ବାର୍ତ୍ତାରେ କୌଣସି ସମାଧାନ ବାହାରିନଥିଲା | ସୂତ୍ର ଅନୁଯାୟୀ, ଉଭୟ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିବ | ଚୀନର ପିପୁଲ୍ସ ଲିବେରେସନ ଆର୍ମି ସୈନିକଙ୍କ ତରଫରୁ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ ଉଦ୍ୟମ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି | ଉତ୍ତେଜନା କମ କରିବାକୁ ଉଭୟ ଦେଶ ମଧ୍ୟରେ ସୈନ୍ୟ ବାର୍ତ୍ତା ଜାରି ରହିଛି |

ପୂର୍ବ ଲଦାଖରେ ପେଂଗାଙ୍ଗରେ ଯଥାସ୍ଥିତି ବଦଳାଇବା ପ୍ରୟାସରେ ଚୀନ ସେନାର ଉଗ୍ର କାର୍ଯ୍ୟକଳାପ ପରେ ଉଭୟ ଦେଶ ମଧ୍ୟରେ ଗତ ୩ ଦିନ ହେଲା କଥାବାର୍ତ୍ତା ଜାରି ରହିଛି | ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଉଭୟ ଦେଶର ବ୍ରିଗେଡ କମାଣ୍ଡର ସ୍ଥରୀୟ ଅଧିକାରୀ ଚୁଶୁଲରେ ସାକ୍ଷାତ କରିଛନ୍ତି |

   Related Posts