ଲଦାଖ ମାଟିରୁ ସେନା ମୁଖ୍ୟଙ୍କ ରଣହୁଙ୍କାର : କହିଲେ ନିୟନ୍ତ୍ରଣରେ ଅଛି ପରିସ୍ଥିତି, ସବୁ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ

Published By : Prameya-News7 Bureau | October 02, 2021 IST

ଲଦାଖ,୦୨/୧୦: ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଭାରତୀୟ ସେବା ମୁଖ୍ୟ ଏମ୍‌.ଏମ୍‌. ନରଓ୍ବାଣେ । ଏହି ଅବସରରେ ସେ କହିଛନ୍ତି ଯେ, ସୀମାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ଚୀନ । ତେବେ ସୀମାରେ ଯେଭଳି ଅଧିକ ସୈନ୍ୟ ମୁତୟନ କରିହେବ ସେ ନେଇ ଚାଇନା ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ତୟାର ଭାରତୀୟ ସେନା ।

ପାଖରେ ମହଜୁଦ ରଖିଛନ୍ତି ଅଛି ଆଧୁନିକ ଅସ୍ତ୍ରଶସ୍ତ୍ର । ଭାରତୀୟ ସେନା ସଶକ୍ତ ସ୍ଥିତିରେ ରହିବା ସହ ଯେ କୌଣସି ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ସେନା ମୁଖ୍ୟ । ସେ ଆହୁରି କହିଛନ୍ତି ଏଲ୍‌ଏସିରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀର ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଇତିମଧ୍ୟରେ ୧୨ ଥର ଆଲୋଚନା ହୋଇସାରିଛି ।

ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ଖୁବ୍‌ ଶୀଘ୍ର ବୈଠକ ବସିବ । ଆଶା କରାଯାଉଛି ସମସ୍ତ ସମସ୍ୟାର ସଫଳ ସମାଧାନ ସମ୍ଭବ ହେବ । ସେହିପରି ପାକିସ୍ତାନ ସମ୍ପର୍କରେ ସେନାମୁଖ୍ୟ କହିଛନ୍ତି ଯେ, ଦୁଇଦେଶ ମଧ୍ୟ ଅସ୍ତ୍ରବିରତି ଚୁକ୍ତି ବେଶ୍‌ ସଫଳ ରହିଛି । ତେବେ ଗତ ୨ ମାସ ଧରି ଏଲ୍‌ଓସିରେ ଅନୁପ୍ରବେଶ ଘଟଣାରେ ବୃଦ୍ଧି ଘଟିଛି । ପାକିସ୍ତାନ ସୈନ୍ୟଙ୍କ ଅଜାଣତରେ ଅନୁପ୍ରବେଶ ହେବା ସମ୍ଭବ ନୁହେଁ । ଗତ ୧୦ ଦିନ ମଧ୍ୟରେ ଭାରତ ପାକିସ୍ତାନ ମଧ୍ୟରେ ୨ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ଏନେଇ ଦୁଇପକ୍ଷଙ୍କ ମଧ୍ୟରେ ଆଲୋଚନା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.