Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଚିଫ୍‌ ଅଫ୍‌ ଷ୍ଟାଫ୍ କମିଟି ଚେୟାରମ୍ୟାନ୍‌ ହେଲେ ସେନା ମୁଖ୍ୟ ଏମ୍‌ଏମ୍‌ ନରଓ୍ବଣେ, ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ଦେହାନ୍ତ ପରେ ଖାଲିଥିଲା ପଦବୀ

16/12/2021 at 6:41 PM

ନୂଆଦିଲ୍ଲୀ ୧୬/୧୨ : ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟିର ଚେୟାରମ୍ୟାନ୍‌ ହୋଇଛନ୍ତି । ସିଡିଏସ୍‌ ଜେନେରାଲ ବିପିନ୍‌ ରାଓ୍ବତଙ୍କର ହେଲିକପ୍ଟର କ୍ରାସରେ ଦୁଃଖଦ ଦେହାନ୍ତ ପରେ ଏମ୍‌ଏମ୍‌ ନରଓ୍ବଣେଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ସିଡିଏସ୍‌ଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ଅଛି ଏବଂ ଦେଶର ପରବର୍ତ୍ତୀ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(CDS) ପଦବୀ ମଧ୍ୟ ଖାଲି ରହିଛି । ସିଡିଏସ୍‌ ପଦବୀ ୨ ବର୍ଷ ପୂର୍ବରୁ ନୂଆକରି ସୃଷ୍ଟି ହୋଇଥିଲା ଏବଂ ଦେଶର ପ୍ରଥମ ସିଡିଏସ୍‌ ହୋଇଥିଲେ ଜେନେରାଲ ବିପିନ ରାଓ୍ବତ ।

ଗତ ୮ ତାରିଖରେ ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାଓ୍ବତ ଏବଂ ସେନା ହେଲିକପ୍ଟରରେ ଥିବା ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା । ପରେ ଏକମାତ୍ର ଜୀବିତ ଥିବା ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ଚକ୍ରବର୍ତ୍ତୀଙ୍କର ମଧ୍ୟ ଦେହାନ୍ତ ହୋଇଛି । ବେଙ୍ଗାଲୁରୁର ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବରୁଣ ଚକ୍ରବର୍ତ୍ତୀଙ୍କ ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ବୁଧବାର ଦେହାନ୍ତ ହୋଇଛି ।

ସିଡିଏସ୍‌ ବିପି ରାଓ୍ବତଙ୍କୁ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟିର ଚେୟାରମ୍ୟାନ୍‌ କରାଯିବାର କାରଣ ହେଉଛି, ୩ ସେନା ମୁଖ୍ୟଙ୍କ ମଧ୍ୟରୁ ଏମ୍‌ଏମ୍‌ ନରଓ୍ବଣେ ହେଉଛନ୍ତି ସବୁଠାରୁ ସିନିୟର ଅଫିସର । ସେ ବର୍ତ୍ତମାନ ଭାରତୀୟ ସେନାର ମୁଖ୍ୟ ଥିବାବେଳେ ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ବିଆର୍‌ ଚୌଧୁରୀ ଏବଂ ନୌସେନା ମୁଖ୍ୟ ଭାବେ ହରି କୁମାର କାର୍ଯ୍ୟ କରୁଛନ୍ତି ।

   Related Posts