ସେନାବାହିନୀକୁ ଯୌନ କର୍ମୀ ଯୋଗାଇ ଦିଆଯାଉ ବୋଲି ଦାବି କଲେ ମହିଳା କ୍ୟାପଟେନ: କହିଲେ ଯବାନ ବି ମଣିଷ

Published By : Prameya-News7 Bureau | November 08, 2018 IST

ମେଲବୋର୍ଣ୍ଣ ୮|୧୧: ସେନାବାହିନୀରେ ବଢ଼ୁଥିବା ଯୈାନ ଶୋଷଣକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ସେନାବାହିନୀର ଜଣେ ମହିଳା କ୍ୟାପଟେନ ସାଲି ଓ୍ବିଲିୟମସନ୍ ସେନାବାହିନୀରେ ଯୈାନ କର୍ମୀ ନିଯୁକ୍ତ କରିବା ପାଇଁ  ପରାମର୍ଶ ଦେଇଛନ୍ତି। କ୍ୟାପଟେନ ସାଲି ଓ୍ବିଲିୟମସନ୍ କହିଛନ୍ତି ଯେ ସେନାବାହିନୀରେ ଯୈାନକର୍ମୀଙ୍କ ଆବଶ୍ୟକତା ରହିଛି ।  ସେନାବାହିନୀରେ କାର୍ଯ୍ୟରତ ଥିବା ପୁରୁଷ ଏବଂ ମହିଳାମାନେ ପ୍ରଥମେ ମଣିଷ ଓ ପରେ ଯବାନ୍। ସେମାନଙ୍କର ମଧ୍ୟ ଶାରିରୀକ ଓ ମାନସିକ ଆବଶ୍ୟକତା ରହିଛି । ଏଥିପ୍ରତି ସରକାର ଧ୍ୟାନ ଦେବା ଉଚିତ। ତାଙ୍କ କହିବା ଅନୁସାରେ ସେନାବାହିନୀରେ ଯୈାନକର୍ମୀଙ୍କ ଆବଶ୍ୟକତା ପୂରଣ ନହେଲେ ଯୈାନ ଉତ୍ପୀଡ଼ନ ବଢ଼ି ଚାଲିବ। ସାଲି ଏହି ଦାବିକୁ ସେନାବାହିନୀର ଓ୍ବେବସାଇଟରେ ପୋଷ୍ଟ କରିଛନ୍ତି। ସେ ମଧ୍ୟ କହିଛନ୍ତି ଯେ ଯୈାନକର୍ମୀ ଯେପର୍ଯ୍ୟନ୍ତ ନିଯୁକ୍ତ ନହୋଇଛନ୍ତି, ଯବାନମାନଙ୍କୁ ‘ସେକ୍ସ ଟୟ’ ଦିଆଯାଉ। ଉଭୟ ପୁରୁଷ ଏବଂ ମହିଳା ଯୈାନକର୍ମୀଙ୍କୁ ନିଯୁକ୍ତ କରିବା ଲାଗି ସେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.