ନୂଆଦିଲ୍ଲୀ: ଖାଉଥିଲେ ଦେଶର ଗାଉଥିଲେ ପାକିସ୍ତାନର। ସୁନ୍ଦରୀ ମୋହରେ ପଡ଼ି କାମୁକ ବ୍ୟକ୍ତି ପାକିସ୍ତାନକୁ ଦେଉଥିଲେ ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର। ଏହି ଅଭିଯୋଗରେ ରାଜସ୍ଥାନ ବିକାନେରର ଆର୍ମି କ୍ୟାନ୍ଟିନ୍ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରାଜସ୍ଥାନ ପୁଲିସର ସୂଚନା ଅନସାରେ, ସେନା ଗୁଇନ୍ଦା ବିଭାଗର ସହଯୋଗରେ ବିକ୍ରମ ସିଂହ ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି। ବିକ୍ରମ ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲା ବୋଲି ପୁଲିସ କହିଛି।
୩୧ ବର୍ଷୀୟ ମହାଜନ ବହୁଦିନ ହେବ ବିକାନେର ଡୁଙ୍ଗାରଗଡ଼ରେ ଥିବା ଆର୍ମି କ୍ୟାଣ୍ଟିନ୍ର ପରିଚାଳନା କରୁଥିଲେ। ଅତିରିକ୍ତ ଡିଜିପି ସଞ୍ଜୟ ଅଗରୱାଲ କହିଛନ୍ତି ଉକ୍ତ ଅଞ୍ଚଳରେ ପାକିସ୍ତାନ ଗୁପ୍ତଚର ଧରିବାକୁ ତଦନ୍ତ ଚାଲିଥିଲା। ଏଥରେ ଜଣାପଡ଼ିଥିଲା ଯେ ବିକ୍ରମ ସିଂହ ସୋସିଆଲ୍ ମିଡିଆ ମାଧ୍ୟମରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଏଜେଣ୍ଟଙ୍କୁ ଭାରତର ସମସ୍ତ ଗତିବିଧି ସମ୍ପର୍କରେ ସୂଚନା ଦେଇଥିଲା।
ପଢ଼ନ୍ତୁ-ପୂର୍ବତନ ସାଂସଦ ଜୟ ପ୍ରଦାଙ୍କୁ ଫେରାର୍ ଘୋଷଣା କଲେ କୋର୍ଟ
ବିକ୍ରମ ହନିଟ୍ରାପ୍ର ଶିକାର ହୋଇଥିବା ଜଣାପଡ଼ିଥିଲା। ବର୍ଷେ ତଳେ ବିକ୍ରମ ଅନୀତା ନାଁରେ ଏକ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଆଇଏସ୍ଆଇର ସଂସ୍ପର୍ଶରେ ଥିଲା। ବିକ୍ରମ ଯୁବତୀଙ୍କୁ ଆର୍ମିଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଗତିବିଧି ସମ୍ପର୍କରେ ଲୋକେସନ, ଭିଡିଓ ଓ ଫଟୋ ମାଧ୍ୟମରେ ସୂଚନା ଦେଉଥିଲା ବୋଲି ଜାଣିବା ପରେ ପୁଲିସ ତାକୁ ଗିରଫ କରିଛି। ଏହି ମାମଲାରେ ୧୯୨୩ ଅଫିସିଆଲ୍ ସିକ୍ରେଟ୍ ଆକ୍ଟରେ ମମଲା ରୁଜୁ କରାଯାଇଛି।