ଲଦାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ନଦୀକୁ ଖସି ପଡିଲା ୨୬ ଯବାନଙ୍କୁ ନେଇ ଯାଉଥିବା ବସ୍, ୭ ମୃତ

Published By : Prameya-News7 Bureau | May 27, 2022 IST

ନୂଆଦିଲ୍ଲୀ: ଲଦାଖରୁ ଆସିଛି ବଡ ଖବର। ଲଦାଖର ତୁରତୁକ ସେକ୍ଟରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସାତ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଭାରସାମ୍ୟ ହରାଇ ନଦୀକୁ ଖସି ପଡିଥିଲା ଯବାନଙ୍କ ଗାଡି। ତୁରନ୍ତ ଯବାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସାତ ଯବାନଙ୍କ ମୃତ୍ୟୁ ଘଟିଛି। ଅନେକଙ୍କୁ ଗଭୀର ଆଘାତ ଲାଗିଛି।

{"id":635153,"sizeSlug":"full","linkDestination":"none"}

ଗୁରୁତର ଆହତ ଯବାନଙ୍କ ସହାୟତା ପାଇଁ ବାୟୁସେନା ସହ ଯୋଗାଯୋଗ କରାଯାଇଛି। ସେମାନଙ୍କ ଚିକିତ୍ସା ପାଇଁ ଓ୍ଵେଷ୍ଟର୍ଣ୍ଣ କମାଣ୍ଡ ପଠାଯାଇପାରେ। ସେନାର ବସ୍ କାରଣରୁ ଭାରସାମ୍ୟ ହରାଇ ନଦୀକୁ ଖସି ପଡିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣାକୁ ନେଇ ସେନା ପକ୍ଷରୁ ଆନୁଷ୍ଠାନିକ ବୟାନ ବି ଜାରି କରାଯାଇନାହିଁ। ମାତ୍ର ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପରତାପୁର କ୍ୟାମ୍ପରୁ ୨୬ ଜଣ ଯବାନ ହନିଫ ସବ ସେକ୍ଟର ଯାଉଥିଲେ।

wp:html /wp:html

ଏହି ଦୁର୍ଘଟଣା ଥୋଇସରୁ ପାଖାପାଖି ୨୫ କିମି ଦୂରରେ ଘଟିଛି। ସେନାର ବସ୍ ଶ୍ୟୋକ ନଦୀରେ ପ୍ରାୟ ୫୦ ରୁ ୬୦ ଫୁଟ୍ ତଳକୁ ଖସି ପଡିଛି। ଏଥିରେ ସେନା ସମସ୍ତ ଯବାନ ଆହତ ହୋଇଛନ୍ତି। ସମସ୍ତ ଯବାନଙ୍କ ପରତାପୁରର ୪୦୩ ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲେହରୁ ସର୍ଜିକାଲ ଟିମକୁ ପରତାପୁର ପଠାଯାଇଛି। ହେଲେ ଏଥିରୁ ସାତ ଯବାନଙ୍କୁ ମୃତ ଘୋଷଣା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.