କେ.ଆର୍ମଷ୍ଟ୍ରଙ୍ଗକୁ ନିର୍ମମ ହତ୍ୟା, CBIକୁ ମାମଲା ହସ୍ତାନ୍ତର କରିବାକୁ ମାୟାବତୀଙ୍କ ଦାବି

Published By : Prameya-News7 Bureau | July 07, 2024 IST

ଚେନ୍ନାଇ ୭/୭: ବିଏସ୍‌ପି ନେତାଙ୍କୁ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କଲେ ମାୟାବତୀ । ଦିନକ ତଳେ ମାନେ ଶନିବାର ତାମିଲନାଡୁର ବିଏସ୍‌ପି ସଭାପତି କେ. ଆର୍ମଷ୍ଟ୍ରଙ୍ଗଙ୍କୁ ଅତି ନିର୍ମମ ଭାବେ ଛୁରି ଭୁସି ହତ୍ୟା କରାଯାଇଥିଲା । ମାମଲାରେ ଏବେ BSP ସୁପ୍ରିମୋ ମାୟାବତୀ DMK ସରକାରଙ୍କ ଉପରେ ବର୍ଷିଛନ୍ତି । କେ.ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣା ପରେ ଚେନ୍ନାଇ ଯାଇ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ । ଏବେ ସୁଦ୍ଧା ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ପ୍ରକୃତ ଅପରାଧୀ ପାଖରେ ପହଞ୍ଚିପାରିନି ପୋଲିସ । ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରିବାକୁ ଦାବି କରିଛନ୍ତି ମାୟାବତୀ । ସେ କହିଛନ୍ତି ସମସ୍ତ ଦଳିତ ନେତା ଏବେ ବିପଦରେ । ଅନେକ ଦଳିତ ଏବେବି ଭୟଭୀତ ଅଛନ୍ତି । ସେମାନଙ୍କ ଜୀବନ ସୁରକ୍ଷିତ ନୁହେଁ ।ଏହି ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାର ସିରିୟସ ନୁହଁନ୍ତି । ଯଦି ଥାନ୍ତେ ମୁଖ୍ୟ ଆସାମୀ ଏବେ ଜେଲ୍‌ର ଚାରି କାନ୍ଥ ଭିତରେ ଥାଆନ୍ତା । ଯଦି ସରକାର ପ୍ରକୃତରେ ନ୍ୟାୟ ଦେବାକୁ ଚାହୁଁଛନ୍ତି, ମାମଲା ସିବିଆଇକୁ ହସ୍ତାନ୍ତର କରିବା ଉଚିତ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.