ଅଟୋ ଏକ୍ସପୋ ୨୦୨୩: ହ୍ୟୁଣ୍ଡାଇର ଜବରଦସ୍ତ ଇଲେକ୍ଟ୍ରିକ୍ ଗାଡ଼ି ଲଞ୍ଚ୍, ସିଗ୍ନେଚର ଷ୍ଟାଇଲ୍ରେ ଗାଡ଼ି ଉପରୁ ପରଦା ହଟାଇଲେ ଶାହରୁଖ
11/01/2023 at 10:00 PM

ନୂଆଦିଲ୍ଲୀ: ଲଞ୍ଚ୍ ହେଲା ହ୍ୟୁଣ୍ଡାଇର ଇଲେକ୍ଟ୍ରିକ୍ ଏସ୍ୟୁଭି ହ୍ୟୁଣ୍ଡାଇ ଆୟୋନିକ ୫ । ଅଟୋଏକ୍ସପୋ ୨୦୨୩ରେ ଏହାକୁ ଲଞ୍ଚ କରିଛନ୍ତି ବଲିଉଡ୍ ସୁପରଷ୍ଟାର ତଥା ହ୍ୟୁଣ୍ଡାଇ ଆମ୍ବାସାଡର ଶାହରୁଖ ଖାନ।
କିଂ ଖାନ ତାଙ୍କର ଫିଲ୍ମି ସିଗ୍ନେଚର ଷ୍ଟାଇଲ୍ରେ ବିପରିତ ଦିଗକୁ ଦୁଇ ହାତ ପ୍ରସାରୀ ହ୍ୟୁଣ୍ଡାଇର ଏହି ଜବରଦସ୍ତ Ioniq 5 EV ଏସ୍ୟୁଭିକୁ ଲଞ୍ଚ୍ କରିଛନ୍ତି। କମ୍ପାନୀ ସହ ଶାହରୁଖଙ୍କର ୨୫ ବର୍ଷର ସମ୍ପର୍କ ରହିଛି। ଏହାକୁ କାର୍ ଲଞ୍ଚ ବେଳେ କହିଥିଲେ ଅଭିନେତା। ତା ସହ ତାଙ୍କର ଦିଲ୍ୱାଲେ ଦୁହ୍ଲନିଆଁ ଲେ ଯାଏଙ୍ଗେରେ ଗୀତ- ତୁଝେ ଦେଖା ତୋ ୟେ ଜାନା ସନମ ବି ଗାଇଥିଲେ ଶାହରୁଖ।

Ioniq 5 EV ଏସ୍ୟୁଭିକୁ ବିଷୟରେ…
ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ହ୍ୟୁଣ୍ଡାଇ Ioniq 5 EVରେ ସବୁ ପ୍ରକାର ଦମ୍ଦାର ଫିଚର ଦେବାକୁ ଚେଷ୍ଟା କରିଛି। ଭାରତ ପାଇଁ ସିଙ୍ଗଲ କନଫିଗ୍ୟୁରେସନରେ ଉପଲବ୍ଧ ଥିବା ଏହି କାର୍ରେ ୭୨.୬କେ ୱାଟ୍ର ବ୍ୟାଟେରି ରହିଛି। ଏଆର୍ଏଆଇ ପ୍ରମାଣିତ ରେଞ୍ଜ୍ ୬୩୧ କିମି ଦେବ ବୋଲି କମ୍ପାନୀ ଦାବି କରିଛି। ତେବେ ଏହି କାର୍ ବର୍ତ୍ତମାନ ମାର୍କେଟ୍କୁ ଆସିବ ନାହିଁ।

କମ୍ପାନୀ ଏହାକୁ ୨୦୨୮ରେ ଲଞ୍ଚ କରିବ। ୪୦୦୦ କୋଟି ନିବେଶ କରି ଏହି କାର୍କୁ ଭାରତ ବଜାରରେ ଛାଡ଼ିବ ବୋଲି କମ୍ପାନୀ ଯୋଜନା କରୁଛି। ଏହି କାର୍ଟି ବିଶ୍ୱର ସର୍ବାଧିକ ଲୋକପ୍ରିୟ କାର୍ ଭିତରେ ଗୋଟିଏ। ୨୦୨୨ ୱାର୍ଲ୍ଡ କାର୍ ଆୱାର୍ଡ ହ୍ୟୁଣ୍ଡାଇର Ioniq 5 EV ତିନୋଟି ପୁରସ୍କାର ଜିତିଥିଲା। ସେଥିରୁ ୱାର୍ଲ୍ଡ ଇଲେକ୍ଟ୍ରିକ ଭେଇକଲ ଅଫ୍ ଦି ଇଅର ଓ ୱାର୍ଲ୍ଡ କାର୍ ଡିଜାଇନ ଅଫ୍ ଦି ଇଅର ପୁରସ୍କାର ଜିତିଥିଲା ଏହି Ioniq 5 EV ।
