ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଝଟକା; ୪ଦିନ ପୋଲିସ ହେପାଜତରେ ପଠାଇଲା ପଟିଆଲା ହାଉସ୍ କୋର୍ଟ

10/06/2022 at 6:44 PM

ନୂଆଦିଲ୍ଲୀ ୧୦/୦୬ : ପଞ୍ଜାବୀ ଗାୟକ ସିଦ୍ଧୁ ମୁଶେୱାଲା ହତ୍ୟାକାଣ୍ଡ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ପୁଣିଥରେ ପଟିଆଲା ହାଉସ କୋର୍ଟ ଝଟକା ଦେଇଛନ୍ତି। ପ୍ରକୃତରେ ପଞ୍ଜାବ ଆର୍ମସ ଆକ୍ଟର ଏକ ପୁରୁଣା ମାମଲାରେ ଶୁକ୍ରବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଲରେନ୍ସ ବିଷ୍ଣୋଇକୁ ୪ଦିନ ପୋଲିସ ହେପାଜତରେ ପଠାଇ ଦେଇଛନ୍ତି। ସୂଚନାଥାଉକି ଦିଲ୍ଲୀ ପୋଲିସର ଦକ୍ଷିଣ ରେଞ୍ଜର ସ୍ୱତନ୍ତ୍ର ସେଲ୍‌ ବିଷ୍ଣୋଇକୁ ୪ ଦିନ ହେପାଜତରେ ନେବା ପାଇଁ ଅଦାଲତରେ ଆବେଦନ କରିଥିଲା।  

ଖବର ଅନୁସାରେ, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ଅଦାଲତକୁ କହିଛିଯେ ଆର୍ମସ ଏକ୍ଟ ମାମଲାରେ ପଚରାଉଚୁରା ସମୟରେ ୩ଟି ନାଁ ସାମ୍ନାକୁ ଆସିଛି, ସେମାନଙ୍କୁ ଏବେ ଖୋଯା ଚାଲିଛି। ଏପରି ଭାବେ ସୁରକ୍ଷା ଦୃଷ୍ଟିରୁ ଲରେନ୍ସ ବିଷ୍ଣୋଇକୁ ପଞ୍ଜାବ ନିଆଯାଉନାହିଁ। ସେ ପଞ୍ଜାବ ସହିତ ଯଡ଼ିତ ଯେଉଁ ସୂଚନା ଦେଉଛି ତାହାକୁ ପଞ୍ଜାବ ପୋଲିସକୁ ଜଣାଇ ତଦନ୍ତ କରାଯାଉଛି।

ସୂଚନାଥାଉକି, ଲରେନ୍ସକୁ ଦିଲ୍ଲୀର ନରେଲା ଥାନାରେ ରୁଜୁ ହୋଇଥିବା ଆର୍ମସ ଏକ୍ଟର ଏକ ମାମଲାରେ ପୋଲିସ ଗିରଫ କରିଥିଲା। ବିଷ୍ଣୋଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିବା ତାର ଯାଚିକାକୁ ପ୍ରତ୍ୟାହାର କରିନେଇଛି। ଯେଉଁଥିରେ ପଞ୍ଜାବ ପୋଲିସ ଲରେନ୍ସକୁ ହେପାଜତରେ ନେବା ସମୟରେ ତାର ସୁରକ୍ଷା ପାଇଁ ଆବେଦନ କରାଯାଇଥିଲା।   

   Related Posts