ନୂଆଦିଲ୍ଲୀ ୧୪/ ୧୦: ପୁଣି ଦୁର୍ବୃତ୍ତଙ୍କ ଟାର୍ଗେଟରେ ଡୋନାଲ୍ଡ ଟ୍ରମ୍ପ । ତୃତୀୟ ଥର ପାଇଁ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯାଇଛି । ମାମଲାରେ ପୋଲିସ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ନକଲି ପାସ୍ ଓ ବନ୍ଧୁକ ଜବତ ହୋଇଛି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପ ଲଗାତାର ପ୍ରଚାର ଚଳାଇଛନ୍ତି । ଆଉ ଏହି ସମୟରେ ଭିଡ ଭିତରେ ରିପବ୍ଲିକାନ ପାର୍ଟି ପାର୍ଥୀ ଟ୍ରମ୍ପଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ ।
ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିବାକୁ ଆସିଥିବା ସନ୍ଦିଗ୍ଧ ବ୍ୟକ୍ତି ଟ୍ରମ୍ପଙ୍କ ରାଲି ସ୍ଥାନ ଠାରୁ କିଛି ଦୂରରେ ଧରା ପଡିଛି । ଗିରଫ ବ୍ୟକ୍ତି ଇସଭେଗାସର ୱେଲ ମିଲର । ରାଲିର ଏଣ୍ଟ୍ରି ଗେଟଠାରୁ ଅଧ ମାଇଲ ଦୁରରେ ଥିବା ଚେକ ପଏଣ୍ଟରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରେ ନକଲି ପ୍ରେସ କାର୍ଡ ଓ ଭିଭିଆଇପି ପାସ୍ ଥିଲା । କେବଳ ସେତିକି ନୁହେଁ ତାଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଏଥିପାଇଁ ୱେଲ ମିଲର ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଆସିଥିବା ସନ୍ଦେହ କରାଯାଉଛି ।
ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି । ଜୁଲାଇ ୧୩ରେ ଜଣେ ଦୁର୍ବୃତ୍ତ ଟ୍ରମ୍ପଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ଗୁଳିକରି ହତ୍ୟା କରିଦେଇଥିଲେ। ସେପ୍ଟେମ୍ବରରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିବାବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।