ବ୍ୟଭିଚାର କଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ସଶସ୍ତ୍ର, ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | January 31, 2023 IST

ନୂଆଦିଲ୍ଳୀ, ୩୧/୦୧: ବ୍ୟଭିଚାର ଆଚରଣ କଲେ ଅଧିକାରୀଙ୍କ ଉପରେ ସଶସ୍ତ୍ର ବଳ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମେକାର୍ଟ। ବ୍ୟଭିଚାର ଉପରେ ୨୦୧୮ ରେ ଦେଇଥିବା ନିଷ୍ପତ୍ତିକୁ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ସଶସ୍ତ୍ର ବଳ ବ୍ୟଭିଚାର ପାଇଁ ନିଜ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ।

ପ୍ରକୃତରେ ସୁପ୍ରିମକୋର୍ଟ ଆଇପିସି ଅନୁଯାୟୀ ବ୍ୟଭିଚାର ରଦ୍ଧ କରିବାକୁ ନେଇ ୨୦୧୮ରେ ଦେଇଥିବା ନିଷ୍ପତ୍ତିକୁ ସ୍ପଷ୍ଟ କରିଛି। ସୁପ୍ରିମକୋର୍ଟ କହିଛନ୍ତି ୨୦୧୮ର ନିଷ୍ପତ୍ତି ସେନା ଆକ୍ଟ ସହ ଜଡ଼ିତ ନଥିଲା। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ସଶସ୍ତ୍ର ବଳ ବ୍ୟଭିଚାର ପାଇଁ ନିଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ।

ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରାଳୟ, ବ୍ୟଭିଚାରକୁ ଅପରାଧ ଶ୍ରେଣୀରୁ ବାହାର ରଖିବାକୁ ନେଇ ୨୦୧୮ରେ ଆସିଥିବା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ କୋହଳ କରିବାକୁ ଦାବି କରିଥିଲା। ପ୍ରତିରକ୍ଷା ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠକୁ କହିଥିଲେ ଯେ ଧାରା ୪୯୭କୁ ରଦ୍ଧ କରିବା ପରେ କର୍ମଚାରୀଙ୍କ ମଧ୍ୟରେ ବ୍ୟଭିଚାର ମାମଲା ବୃଦ୍ଧି ହୋଇଛି। ଆଉ ଏଭଳି ବ୍ୟଭିଚାର କରୁଥିବା ଅଧିକାରୀଙ୍କୁ ସେନାରେ କୌଣସି ସ୍ଥାନ ନାହିଁ।

ସୁପ୍ରିମକୋର୍ଟ ଏନଆରଆଇ ଜୋସେଫ୍ ଶାଇନଙ୍କ ଯାଚିକା ଉପରେ ୨୦୧୮ ରେ ବ୍ୟଭିଚାର ଅପରାଧ ସହ ଜଡ଼ିତ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୭କୁ ଅସମ୍ବିଧାନିକ କହି ରଦ୍ଧ କରିଥିଲେ। ଅବଶ୍ୟ ଏବେ ଜଷ୍ଟିସ୍‌ ଅଜୟ ରସ୍ତୋଗୀ, ଅନିରୁଦ୍ଧ ବୋସ୍‌, ହୃଷିକେଶ ରାଏ ଏବଂ ସି ଟି ରବିକୁମାରଙ୍କ ବେଞ୍ଚ ସ୍ପଷ୍ଟ କରିଛନ୍ତି ଯେ ସଶସ୍ତ୍ର ବଳ କାର୍ଯ୍ୟାନୁଷ୍ଠାନ ନେଇପାରିବେ। କେନ୍ଦ୍ର ତରଫରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ ମାଧବୀ ଦୀବାନ ୨୦୧୮ ର ନିଷ୍ପତ୍ତି ବିରୋଧରେ ସ୍ପଷ୍ଟୀକରଣ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.