ତାଇୱାନର ଚୀନକୁ ଚେତାବନୀ: ରାଷ୍ଟ୍ରପତି କହିଲେ- ସ୍ୱାଧିନତାକୁ ବିକ୍ରି କରିପାରିବୁ ନାହିଁ

Published By : Prameya-News7 Bureau | October 10, 2022 IST

ନୂଆଦିଲ୍ଲୀ: ଚୀନକୁ ପୁଣିଥରେ ଚେତାବନୀ ଦେଲା ତାଇୱାନ। ତାଇୱାନ କାହା ପାଖରେ ନିଜର ସ୍ୱାଧୀନତା ବିକ୍ରି କରିପାରିବନି ବୋଲି କହିଲେ ତାଇୱାନୀ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନ୍। ଋଷ-ୟୁକ୍ରେନ୍ ଯୁଦ୍ଧ ଉପରେ ମନ୍ତବ୍ୟ ଦେଇ ନିଜ ଭାଷଣରେ ରାଷ୍ଟ୍ରପତି ୱେନ୍ ଚୀନକୁ ଚେତାବନୀ ଦେଇଛନ୍ତି। ତାଇୱାନ ତା ସ୍ୱାଧୀନତା ଛାଡ଼ିପାରିବ ନାହିଁ, କି ଗଣତାନ୍ତ୍ରିକ ଧାରାରେ ବଞ୍ଚିବା ଛାଡିପାରିବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ଯାହାକୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଯାଇଛି।

ସେପଟେ ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏପଟେ ଚୀନ- ତାଇୱାନ ଯୁଦ୍ଧ ହେବା ନେଇ ଆଶଙ୍କା ରହିଛି। ଏପରି କ୍ଷେତ୍ରରେ ଆମେରିକା ନିଆଁରେ ଘିଅ ଢାଳିଲା ଭଳି କାମ କରୁଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ବ୍ରିଟିଶ ମିଡିଆ ଫାଇନାନ୍ସିଆଲ୍ ଟାଇମ୍ସକୁ ସାକ୍ଷାତ୍‌କାର ଦେଇ ଚୀନ-ତାଇୱାନ୍ ଉପରେ କହିଥିଲେ ବିଶ୍ୱର ଏକ ନମ୍ବର ଧନୀ ଇଲନ ମସ୍କ। ତାଇୱାନକୁ ଏକ ସ୍ୱତନ୍ତ୍ର ପ୍ରଶାସନିକ ଜୋନ୍ ଭାବେ ଘୋଷଣା କରିବା ଦରକାର ବୋଲି ମସ୍କ କହିଥିଲେ। ଯାହାକୁ ଚୀନ ପ୍ରଶଂସା କରିଥିବା ବେଳେ ତାଇୱାନ କିନ୍ତୁ ଆମେରିକାକୁ ସମାଲୋଚନା କରିଥିଲା।

ଯାହାକୁ ନେଇ ୱାଶିଂଟନ୍‌ରେ ଥିବା ତାଇୱାନ ରାଷ୍ଟ୍ରଦୂତ ଟ୍ୱିଟ୍ କରି ଲେଖିଥିଲେ, " ତାଇୱାନ୍ ଅନେ ପ୍ରଡକ୍ଟ ବିକ୍ରି କରେ। ତିନ୍ତୁ ଆମର ସ୍ୱାଧିନାତ ଓ ଗଣତନ୍ତ୍ର ବିକ୍ରି କରାଯାଇପାରିବ ନାହିଁ। ଆମ ଭବିଷ୍ୟତ ପାଇଁ, ଶାନ୍ତିପୂର୍ଣ୍ଣ ଭାବେ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯିବା ଦରକାର।"

ସୂଚନା ଥାଉକି, ଆମେରିକାର ସଂସଦର ସ୍ପିକର ନେନ୍ସି ପେଲୋସି ତାଇୱାନ ଗସ୍ତ ପରେ ଚୀନ-ତାଇୱାନ ମଧ୍ୟରେ ଶତ୍ରୁତା ଆହୁରି ବଢ଼ିଯାଇଛି। ତାଇୱାନ୍‌କୁ ଡରାଇବାକୁ ସବୁ ପ୍ରକାର ଚେଷ୍ଟା ଆମ୍ଭ କରିଦେଇଛି ଚୀନ। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ତାଇୱାନ୍ ବର୍ଡରେ ସମାରାଭ୍ୟାସ୍ କରିବା ସହ ଯୁଦ୍ଧ ବିମାନ ଉଡାଇଥିଲା ଚୀନ।

ତାଇୱାନ ଲୋକ ଚୀନରେ ମିଶିବା ଚୀନ ଲୋକ ଚାହୁଁ ନାହାନ୍ତି। ତା ଛଡ଼ା ଗତ ୭୩ ବର୍ଷ ହେବ ତାଇୱାନ ଲୋକ ନିଜ ମାଟି ପାଣି ପବନରେ ସ୍ୱାଧିନତାର ସହ ବଢ଼ି ଆସିଛନ୍ତି। ଆମେ ଛୋଟରୁ ବଡ଼ ଅନେକ ଆଧୁନିକ ଶକ୍ତିଶାଳି ଅସ୍ତ୍ର ଆବିଷ୍କାର କରିଛୁ। ଯୁଦ୍ଧ ଧମକର ଆମେ ଉଚିତ ଜବାବ ଦେଇପାରିବୁ ବୋଲି ତାଇୱାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନ୍ କହିଛନ୍ତି।

ୟୁକ୍ରେନ୍ ଭଳି ତାଇୱାନ ମଧ୍ୟ ନିଜ ଦେଶର ଜନତାକୁ ସେନା ସହ ମିଶି ଲଢ଼ିବା ପାଇଁ ଟ୍ରେନିଂ ଦେଇପାରେ ବୋଲି କୁହାଯାଉଛି। ପ୍ରତ୍ୟେକ ନାଗରିକ ଆମେ ଦେଶର ଗାର୍ଡିଆନ ବୋଲି ତାଇୱାନ ରାଷ୍ଟ୍ରପତି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.