ଗଛରେ ଝୁଲୁଛି ମୃତଦେହ, ମାନସିକ ଦୁଶ୍ଚିନ୍ତାରୁ ଜୀବନ ହାରିଦେଲେ ସମୀର
23/12/2022 at 9:47 AM

ଜଳେଶ୍ୱର ୨୩/୧୨: ମାନସିକ ଦୁଶ୍ଚିନ୍ତାରେ ଯୁବକ ବେକରେ କପଡା ଦେଇ ଆତ୍ମହତ୍ୟା । ଘଟଣା ସ୍ଥଳରେ ପୋଲିସ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି ।
ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଗୋଭରଘଟ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗ୍ରାମର ୫୫ ବର୍ଷୀୟ ସମୀର ଘୋଷାଲ ଦୀର୍ଘ ଦିନ ଧରି ପରିବାରର ଧାର କରଜକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଗତକାଲି ରାତିରେ ପରିବାର ସହିତ ଖାଇପିଇ ଶୋଇଥିଲାବେଳେ ବିଳମ୍ବିତ ରାତିରେ ଘର ପଛପଟେ ବେକରେ କପଡା ଦେଇ ଗଛରେ ଝୁଲି ପଡ଼ିଥିଲେ ସମୀର ।
ପରିବାର ଲୋକେ ଆଜି ସକାଳେ ସମୀର ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟେବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।
Related Posts
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023
ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ
5 February 2023
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023