ମୁମ୍ୱାଇ ଛାଡି ଏହି ଟିମ ପାଇଁ ଖେଳିବେ ଜୁନିୟର ତେନ୍ଦୁଲକର, ଜାଣନ୍ତୁ କାହିଁକି ନେଲେ ଏପରି ନିଷ୍ପତ୍ତି

Published By : Prameya-News7 Bureau | August 11, 2022 IST

ମୁମ୍ୱାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏକ ବଡ଼ ନିଷ୍ପତ୍ତି ନେଇ ମୁମ୍ୱାଇ ଟିମ ଛାଡିବା ପାଇଁ ପ୍ରସ୍ତୁତ କରୁଛନ୍ତି । ଆସନ୍ତା ଘରୋଇ ସିଜିନରେ ସେ ଗୋଆ ତରଫରୁ ଖେଳିବାର ଅଧିକ ସମ୍ଭାବନା ରହିଛି । ବାମ ହାତି ଦ୍ରୁତ ବୋଲର ୨୦୨୦-୨୧ରେ ମୁମ୍ୱାଇ ପକ୍ଷରୁ ସୈୟଦ ମୁସ୍ତାକ ଅଲି ଟ୍ରଫିରେ ହରିୟାଣା ଏବଂ ପୁଡୁଚେରୀ ବିପକ୍ଷରେ ଦୁଇଟି ମ୍ୟାଚ ଖେଳିଥିଲେ।

ସୂଚନା ଅନୁସାରେ ଜୁନିୟର ତେନ୍ଦୁଲକର ମୁମ୍ୱାଇ କ୍ରିକେଟ ସଂଘ ନିକଟରେ ଏନଓସି ପାଇଁ ଦାବି କରିଛନ୍ତି । ଏସଆରଟି ସ୍ପୋର୍ଟସ ମ୍ୟାନେଜମେଣ୍ଟ ଏକ ବୟାନରେ କହିଛି, 'ଅର୍ଜୁନଙ୍କ ପାଇଁ ନିଜ କ୍ୟାରିୟରର ବର୍ତ୍ତମାନ ସମୟରେ ମୈଦାନରେ ଅଧିକ ସମୟ ବିତାଇବାର ଅଛି। ଆମର ବିଶ୍ୱସ ଅନ୍ୟ ଟିମ ପକ୍ଷରୁ ଖେଳିଳେ ଅର୍ଜୁନଙ୍କୁ ଅଧିକ ମ୍ୟାଚ ଖେଳିବାର ସୁଯୋଗ ମିଳିବ। ସେ ନିଜର କ୍ରିକେଟ କ୍ୟାରିୟର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି'।

ଗୋଆର କ୍ରିକେଟ ସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟର ସମ୍ଭାବିତ ଖେଳାଳିଙ୍କ ମଧ୍ୟରେ ଅର୍ଜୁନ ତେନ୍ଦୁଲକରଙ୍କୁ ସାମିଲ କରାଯାଇପାରେ। ଜିସିଏ ଅଧ୍ୟକ୍ଷ ସୁରଜ ଲୋତଲୀକର କହିଛନ୍ତି, 'ଆମେ ଜଣେ ବାମହାତି ବୋଲରଙ୍କ ସନ୍ଧାନରେ ଅଛୁ । ଏଥିପାଇଁ ଆମେ ଅର୍ଜୁନ ତେନ୍ଦୁଲକରଙ୍କୁ ଗୋଆ ଟିମ ସହ ଯୋଡି ହେବା ପାଇଁ ଆମନ୍ତ୍ରଣ କରିଛୁ। ଘରୋଇ ସିଜିନ ଆରମ୍ଭ ହେବା ପୂର୍ବରୁ ସୀମିତ ଓଭରର ଅଭ୍ୟାସ ମ୍ୟାଚ ଖେଳିଯିବ। ଏହି ମ୍ୟାଚର ପ୍ରଦର୍ଶନ ଆଧାରରେ ଚୟନକର୍ତ୍ତା ଟିମରେ ତାଙ୍କୁ ରଖିବେ କି ନାହିଁ ତାର ନିଷ୍ପତ୍ତି ନେବେ'।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.