ସାଇକେଲ୍ରେ ସଂସଦ, ୧୩ ବର୍ଷ ବୟସରେ ବିବାହ: ଥିଲେ ଟେଲିଫୋନ୍ ଅପରେଟର, କିନ୍ତୁ କଠିନ ପରିଶ୍ରମ ପରେ ବନିଥିଲେ IAS
18/05/2023 at 12:29 PM

ନୂଆଦିଲ୍ଲୀ ୧୮/୦୫: ଅର୍ଜୁନ ରାମ ମେଘୱାଲ । ତାଙ୍କର ସରଳତା ପାଇଁ ଜଣାଶୁଣା । ସେ ଏପରି ଜଣେ ନେତା ଯିଏ ନିଜର ପରିଚୟ ଏବଂ ସରଳତାକୁ ସର୍ବଦା ଗୁରୁତ୍ୱ ଦେଇଆସନ୍ତି । ସବୁବେଳେ ରାଜସ୍ଥାନର ପଗଡିକୁ ନିଜ ମୁଣ୍ଡରେ ସଜାଇଥିବା ମେଘୱାଲଙ୍କ ପିଲାଦିନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା । ସେ କିଶମେଦସର ଗାଁର ଏକ ପାରମ୍ପରିକ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାଠପଢା ସହ ପିଲାଦିନରୁ ବାପାକୁ ବୁଣା କରିବାରେ ସାହାଯ୍ୟ କରୁଥିଲେ ସେ ।
ମାତ୍ର ୧୩ ବର୍ଷରେ ବିବାହ କରିଥିଲେ ମେଘୱାଲ । ପାଠପଢାରେ ଥିଲା ଅନେତ ଇଚ୍ଛାଶକ୍ତି । ସେଥିପାଇଁ ଏତେ ଶୀଘ୍ର ବିବାହ କରି ବି ଛାଡିନଥିଲେ ପାଠପଢା । ସେତିକି ନୁହେଁ, ସେ ଦିନସାରା ପିତାଙ୍କୁ ସାହାଯ୍ୟ କରିବା ପରେ ରାତିରେ ବସି ପଢୁଥିଲେ ପାଠ । ସରକାରୀ ଡୁଙ୍ଗର କଲେଜ ବିକାନେରରୁ ହାସଲ କରିଥିଲେ ବିଏ ଡିଗ୍ରୀ । ଏହା ପରେ ଏଲଏଲବି ଏବଂ ମାଷ୍ଟର ଡିଗ୍ରୀ ମଧ୍ୟ ଏଠାରୁ ମିଳିଥିଲା ।

ରାଜନୀତିରେ କେମିତି ମାରିଲେ ଏଣ୍ଟ୍ରି?
କଲେଜ ପାଠ ସାରିବା ପରେ ମେଘୱାଲ ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କୁ ଆରମ୍ଭରୁ ଜନସାଧାରଣଙ୍କ ସ୍ୱାର୍ଥରେ କାମ କରିବାକୁ ପଡୁଥିଲା । ସେ କିଛି ଥର ପରୀକ୍ଷା ଦେବା ପରେ ଇଣ୍ଡିଆ ଡାକ ବିଭାଗରେ ଟେଲିଫୋନ୍ ଅପରେଟର ଚାକିରି ମଧ୍ୟ ପାଇଥିଲେ । ଏହା ପରେ, ତାଙ୍କର ରାଜନୈତିକ କ୍ୟାରିଅର୍ ମଧ୍ୟ ଆରମ୍ଭ ହୋଇଥିଲା । ଯେତେବେଳେ ସେ ଟେଲିଫୋନ୍ ଟ୍ରାଫିକ୍ ଆସୋସିଏସନ୍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ ।

IAS ଅଧିକାରୀ ଥିଲେ ଅର୍ଜୁନ ରାମ ମେଘୱାଲ:
ଅର୍ଜୁନ ରାମ ମେଘୱାଲ ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ ହୋଇଛନ୍ତି । ରାଜନୀତିରେ ଯୋଗଦେବା ପୂର୍ବରୁ ଅର୍ଜୁନ ରାମ ମେଘୱାଲ ସରକାରୀ ସେବାରେ ଥିଲେ । ସେ ୧୯୮୨ରେ ରାଜସ୍ଥାନ ପ୍ରଶାସନିକ ସେବାରେ ମନୋନୀତ ହୋଇଥିଲେ । ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ହରିଚନ୍ଦ୍ର ଭବଙ୍କ ପାଇଁ OSD ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । କେବଳ ଏତିକି ନୁହେଁ, ଆରଏସଏସରୁ ପଦୋନ୍ନତି ପାଇବା ପରେ ମେଘୱାଲ ଆଇଏଏସ୍ ହୋଇଥିଲେ ଏବଂ ଚୁରୁ ଜିଲ୍ଲା କଲେକ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ସାଇକେଲ୍ରେ ସଂସଦ ପହଞ୍ଚିବାର କାହାଣୀ:
ମେଘୱାଲଙ୍କ ସରଳତାର ଏକ ଉତ୍ତମ ଉଦାହରଣ କ’ଣ ହୋଇପାରେ । ସରକାରଙ୍କଠାରୁ କାର ପାଇବା ପରେ ମଧ୍ୟ ସେ ସାଇକେଲରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଶପଥ ଗ୍ରହଣ ସମାରୋହରେ ସେ ସାଇକେଲରେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ତାଙ୍କ ପସନ୍ଦ ଲାଇମଲାଇଟକୁ ଆସିଥିଲା । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରିୟ ବୋଲି ମଧ୍ୟ କୁହାଯାଉଛି । କେବଳ ଏତିକି ନୁହେଁ, ରାଜସ୍ଥାନର ବିକାନେରରେ ରବର୍ଟ ଭଦ୍ରାଙ୍କ ବେଆଇନ ଜମି କାରବାରକୁ ସମସ୍ତଙ୍କ ସାମ୍ନାରେ ଆଣିବା ପାଇଁ ମେଘୱାଲ ମଧ୍ୟ କାର୍ଯ୍ୟ କରିଥିଲେ ।