ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ତିନି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ଓ ରେଣୁକା ସିଂଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି । ରାଷ୍ଟ୍ରପତି ଭବନ ବିଜ୍ଞପ୍ତି ଅନୁସାରେ ଅର୍ଜୁନ ମୁଣ୍ଡାଙ୍କୁ ତାଙ୍କ ବର୍ତ୍ତମାନ ବିଭାଗ ସହ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଏହି ମନ୍ତ୍ରାଳୟ ନରେନ୍ଦ୍ର ସିଂ ତୋମାରଙ୍କ ପାଖରେ ଥିଲା ।
ଏହାବ୍ୟତୀତ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶୋଭା କାରନ୍ଦଲାଜେଙ୍କୁ ପ୍ରହ୍ଲାଦ ସିଂ ପଟେଲଙ୍କ ସ୍ଥାନରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ତାଙ୍କ ବର୍ତ୍ତମାନ ବିଭାଗ ସହ ଜଳ ଶକ୍ତି ମନ୍ତ୍ରାଳୟରେ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ଏହି ମନ୍ତ୍ରାଳୟର ନେତୃତ୍ୱ ବି ପ୍ରହ୍ଲାଦ ସିଂ ପଟେଲଙ୍କ ପାଖରେ ଥିଲା । ସେହିପରି ରାଷ୍ଟ୍ର ମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପୱାରଙ୍କୁ ତାଙ୍କ ବର୍ତ୍ତମାନ ପୋର୍ଟଫୋଲିଓ ସହ ଜନଜାତି କଲ୍ୟାଣ ମନ୍ତ୍ରାଳୟରେ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ରେଣୁକା ସିଂଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ ।
wp:html/wp:htmlPresident Droupadi Murmu has directed Union Minister Arjun Munda to be assigned the charge of the Ministry of Agriculture and Farmers Welfare, Union Minister Sushri Shobha Karandlaje to be assigned the charge of the Minister of State in the Ministry of Food Processing Industries,…
— ANI (@ANI) December 7, 2023
ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପ୍ରହ୍ଲାଦ ସିଂ ପଟେଲଙ୍କ ସମେତ ବିଜେପି ୧୦ ସାଂସଦ ବୁଧବାର ଇସ୍ତଫା ଦେଇଥିଲେ । ଏଥିରେ ରାଜ୍ୟସଭା ସାଂସଦ କିରୋଣୀଲାଲ ମିଣା ମଧ୍ୟ ସାମିଲ ଥିଲେ । ଏହି ସମସ୍ତ ସାଂସଦ ନିକଟରେ ଶେଷ ହୋଇଥିବା ତିନି ବିଧାନସଭା ରାଜ୍ୟରେ ବିଧାୟକ ହୋଇ ନିର୍ବାଚିତ ହୋଇଥିଲେ ।
Also Read:ବିଧାନସଭା ନିର୍ବାଚନ ଜିତିବା ପରେ ୧୦ ବିଜେପି ସାଂସଦ ଦେଲେ ଇସ୍ତଫା, ବିଧାୟକ ହୋଇ ରହିବେ