ପୁରୁଷ ସମଲିଙ୍ଗୀ ସମ୍ପର୍କରେ ଉପରେ ଆଧାରିତ ୱେବ ସିରିଜ: ଚର୍ଚ୍ଚାରେ ଅର୍ଜୁନ ମାଥୁରଙ୍କ ଲିପଲକ ସିନ

Published By : Prameya-News7 Bureau | March 16, 2019 IST

ମୁମ୍ବାଇ ୧୬/୩ : ଜୟ ଅଖତର ଏବଂ ରିମା କାଗଜିଙ୍କ ୱେବ ସିରିଜ "ମେଡ଼ ଇନ ହେଭେନ" ନିଜ କଣ୍ଟେଣ୍ଟ ଏବଂ ଷ୍ଟୋରି ତେଲିଙ୍ଗ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି | ମେଡ଼ ଇନ ହେଭେନ ଆମାଜନ ପ୍ରାଇମର ଅରିଜିନାଲ ୱେବ ସିରିଜ | ଏଥିରେ ମୋଟ ୯ଟି ଏପିସୋଡ ରହିଛି | ଏପିସୋଡଗୁଡିକୁ ନିତ୍ୟ ମେହରା, ଜୟ ଅଖତର, ପ୍ରଶାନ୍ତ ନାୟର ଏବଂ ଅଳଂକୃତା ଶ୍ରୀବାସ୍ତବ ନିର୍ଦେଶନା ଦେଇଛନ୍ତି |

{"id":94211}


ସିରିଜରେ ଶୋଭିତା ଏବଂ ଅର୍ଜୁନ ମାଥୁର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି | ଚଳିତ ବର୍ଷ ଆରମ୍ଭରେ ରିଲିଜ ହୋଇଥିବା ଅନୁପମ ଖେରଙ୍କ ଫିଲ୍ମ 'ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର'ରେ ଅର୍ଜୁନ ରାହୁଲ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିଲେ | ଏବେ "ମେଡ଼ ଇନ ହେଭେନ" ଅର୍ଜୁନଙ୍କ ଅଭିନୟର ଚର୍ଚ୍ଚା ଜୋରଦାର ହେଉଛି | ଅର୍ଜୁନ ପୁରୁଷ ସମଲିଙ୍ଗୀ ସମ୍ପର୍କ ଉପରେ ଅଭିନୟ କରିଛନ୍ତି | ଏହି ଭୂମିକାରେ ଅର୍ଜୁନ ଅନେକ ଇଣ୍ଟିମେଣ୍ଟ ସିନ ଦେଇଛନ୍ତି |

{"id":94212,"width":577,"height":519}


ମାର୍ଚ୍ଚ ୮ ତାରିଖରେ ରିଲିଜ ହୋଇଛି ୱେବ ସିରିଜ | ଏଥିରେ ଅର୍ଜୁନଙ୍କ ନାମ ହୋଇଛି କରନ | କରନ ଜଣେ ୱେଡିଙ୍ଗ ପ୍ଳାନର ଭୂମିକାରେ ଅଭିନୟ କରିଛନ୍ତି | ସିରିଜର କାହାଣୀ ଅତି ସମ୍ବେଦନଶୀଳ | ହିନ୍ଦୀ ସିନେମା କିମ୍ବା ଟିଭି ଇଣ୍ଡଷ୍ଟ୍ରିରେ ଏଭଳି ସିରିଜ ବହୁତ କମ ଦେଖିବାକୁ ମିଳେ | ଏଥିରେ ପୁରୁଷ ସମଲିଙ୍ଗୀ ସମ୍ପର୍କ ଉପରେ ଖୋଲାଖୋଲି ଆଲୋଚନା ହୋଇଛି |

{"id":94213,"width":579,"height":518}


କରନ ଜଣେ ସମଲିଙ୍ଗୀ କିନ୍ତୁ ତାଙ୍କ ବାସ୍ତବିକ ତାଙ୍କ ପରିବାର, ବନ୍ଧୁ କିମ୍ବା ସମ୍ପର୍କୀୟ ଜାଣିନଥାନ୍ତି | ସେ ରମେଶ ଗୁପ୍ତା ନାମକ ଯୁବକଙ୍କ ପାଖେ ଘର ଭଡା ନେଇ ରହୁଥିଲେ | ରମେଶ ଗୁପ୍ତା ଭୂମିକାରେ ଅଭିନୟ କରିଛନ୍ତି ବିନୟ ପାଠକ | ସେ କରନଙ୍କ ରୁମରେ ଏକ କ୍ୟାମେରା ଇନଷ୍ଟଲ କରି ଇଣ୍ଟିମେଣ୍ଟ ସିନର ଭିଡିଓ ତିଆରି କରିଥିଲେ | ଭୁଲରେ ସେହି ଭିଡିଓ ରମେଶଙ୍କ ପତ୍ନୀ ଦେଖି ଦିଅନ୍ତି | କିନ୍ତୁ ରମେଶ ନିଜ ପତ୍ନୀକୁ ମିଛ କଥା କୁହନ୍ତି ଯେ ସେ ସତ ଜାଣିବା ପାଇଁ ଏଭଳି କରିଛନ୍ତି | ପତ୍ନୀଙ୍କ ଚାପରେ ଆସି ରମେଶ ପୋଲିସରେ ଅଭିଯୋଗ କରନ୍ତି |

{"id":94214,"width":581,"height":401}


ପୋଲିସ କରନଙ୍କୁ ଗିରଫ କରିବା ପରେ ତାଙ୍କ ପିତା ସବୁ କଥା ଜାଣିବାକୁ ପାଆନ୍ତି | କିନ୍ତୁ ଏ ସମ୍ପର୍କରେ କରନଙ୍କ ମା ପୂର୍ବରୁ ସବୁ ଜାଣିଥିଲେ |

{"id":94215,"width":582,"height":326}


ଅର୍ଜୁନ ପୁରା ସିରିଜରେ ନିଜ ଭୂମିକାରେ ବହୁତ ଭଲ ଭାବେ ଅଭିନୟ କରିଛନ୍ତି | ଶେଷ ଏପିସୋଡରେ ଅର୍ଜୁନ ମାଥୁର ଏବଂ ବିକ୍ରାନ୍ତଙ୍କ ଲିପଲକ ସିନ ଅଛି | ପରଦାରେ ଉଭୟ ଜୋରଦାର କେମିଷ୍ଟ୍ରି ଦେଖିବାକୁ ମିଳିଛି | ପ୍ରଥମଥର ପାଇଁ କୌଣସି ସିରିଜରେ ସମଲିଙ୍ଗୀ ଜୀବନ ଏବଂ ଏହାର ଭାବନାକୁ ଅତି ସମ୍ବେଦନ ଭାବେ ଦେଖିବାକୁ ମିଳିଛି |

{"id":94216,"width":576,"height":436}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.