୧୧ ବର୍ଷର ଅନିଶାଙ୍କ ସ୍ଵପ୍ନ ସାକାର କରିବେ ଅର୍ଜୁନ, ଅଭିନେତା ବଢାଇଲେ ସାହାଯ୍ୟର ହାତ

Published By : Prameya-News7 Bureau | April 12, 2023 IST

ମୁମ୍ଵାଇ ୧୨।୦୪: ବର୍ତ୍ତମାନ ସାରା ଦେଶରେ ଆଇପିଏଲର ଲୋକପ୍ରିୟତା ଦେଖିବାକୁ ମିଳୁଛି।ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ ଲୋକମାନଙ୍କ ପର୍ଯ୍ୟନ୍ତ କ୍ରିକେଟ୍‌ର କ୍ରେଜ୍‌ ରହିଛି। ପ୍ରତ୍ୟେକ ଅଞ୍ଚଳରେ ସନ୍ଧ୍ୟା ୭ଟା ପରେ ସେମାନେ ଟିଭି ଏବଂ ମୋବାଇଲରେ କେବଳ ଗୋଟିଏ ଜିନିଷ ଦେଖୁଥିବାର ଦେଖିବାକୁ ମିଳିଛି ଭାରତରେ କ୍ରିକେଟ୍ ର ନିଶା ଏପରି ଯେ ପ୍ରତ୍ୟେକ ରାସ୍ତାରେ ଧୋନି ଏବଂ ସଚିନ୍‌ଙ୍କୁ ଦେଖିପାରିବେ। ବର୍ତ୍ତମାନ ୧୧ ବର୍ଷର ଝିଅ ଅନିଶା ରାଉତ ମଧ୍ୟ ଏହି ସ୍ଵପ୍ନ ଦେଖିଛନ୍ତି । ତାଙ୍କର ଏହି ସ୍ଵପ୍ନକୁ ସାକାର କରିବା ପାଇଁ ଏକ ସାହାଯ୍ୟ ହାତ ବଢାଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର।

ଅନିଶା ରାଉତ ଦେଶ ପାଇଁ କ୍ରିକେଟ୍ ଖେଳିବା ଏବଂ ତାଙ୍କ ନାମକୁ ପ୍ରସିଦ୍ଧ କରିବାର ବହୁତ ଇଚ୍ଛା। କିନ୍ତୁ ଆର୍ଥିକ ପ୍ରତିବନ୍ଧକ ହେତୁ ଏହା ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ଯେତେବେଳେ ଅର୍ଜୁନ କପୁର ଅନିଶାଙ୍କ ସଂଘର୍ଷ ବିଷୟରେ ଜାଣିଲେ। ସେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଖବର ଅନୁଯାୟୀ, ଅର୍ଜୁନ୍‌ ଅନିଶାଙ୍କ ତାଲିମ ଏବଂ ସମସ୍ତ ଜିନିଷକୁ ୧୮ ବର୍ଷ ପାଇଁ ଖର୍ଚ୍ଚ ବହନ କରିବେ।

Arjun kapoor

ଅନିଶା ସଚିନ ତେନ୍ଦୁଲକରଙ୍କୁ ତାଙ୍କ ଆଦର୍ଶ ବୋଲି ଭାବନ୍ତି। ସେ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ପାଇଁ ଖେଳିଛନ୍ତି। ବର୍ତ୍ତମାନ ଅନିଶାଙ୍କୁ ମାତ୍ର ୧୧ ବର୍ଷ । ୮ ଘଣ୍ଟା କ୍ରିକେଟ୍ ତାଲିମ ପାଇଁ ସବୁବେଳେ ୮୦ କିଲୋମିଟର ଯାତ୍ରା କରନ୍ତି ।ଅର୍ଜୁନଙ୍କ ସାହାଯ୍ୟ ପାଇଁ ଅନିଶାଙ୍କ ପିତା ବହୁତ କୃତଜ୍ଞ। ତାଙ୍କର ଏହି ସାହାଯ୍ୟରେ କାନ୍ଧର ଓଜନ ଟିକେ ହ୍ରାସ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.