ମଲାଇକାଙ୍କୁ ମିସ୍ କରୁଛନ୍ତି ଅର୍ଜୁନ୍, ସେୟାର କଲେ ପ୍ୟାରିସ୍ ଭ୍ୟାକେସନ୍ର ଥ୍ରୋବ୍ୟାକ୍ ଫଟୋ
14/09/2022 at 10:41 AM

ମୁମ୍ଵାଇ ୧୪।୦୯: ବିଟାଉନ୍ର ଚର୍ଚ୍ଚିତ ଲଭବାର୍ଡ ମଲାଇକା ଅରୋରା ଏବଂ ଅର୍ଜୁନ କପୁର ବଲିଉଡର। ସେମାନଙ୍କ ଲଭ ଲାଇଫ୍ ବିଷୟରେ ସମସ୍ତଙ୍କୁ ଜଣା। ନିକଟରେ କିଛି ସମୟ ପୂର୍ବରୁ ଅର୍ଜୁନ ମଲାଇକାଙ୍କ ସହ ପ୍ୟାରିସ ଛୁଟି ପାଇଁ ଯାଇଥିଲେ। ସେଠାରେ ଥାଇ ସେ ଅନେକ ଫଟୋ ସେୟାର କରିଥିଲେ। ଫଟୋ ଦେଖିଲେ ଲାଗୁଥିଲା ଦୁହେଁ ଖୁବ୍ ମଜା କରୁଛନ୍ତି।
ବର୍ତ୍ତମାନ ଅର୍ଜୁନ ବ୍ରିଟେନରେ ଅଛନ୍ତି। ଯେଉଁଠାରେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି। ବହୁ ଦୂରକୁ ଯାଇଥିବାରୁ ମଲାଇକାକୁ ମଧ୍ୟ ଅଧିକ ମନେ ପକାଉଛନ୍ତି। ବୋଧହୁଏ ସେ ସୋସିଆଲ ମିଡିଆ ପେଜ୍ରେ ପ୍ୟାରିସର ଥ୍ରୋବ୍ୟାକ୍ ଫଟୋ ଗୁଡିକ ସେୟାର କରିଛନ୍ତି । ୟୁଜର୍ସଙ୍କ ଆଖି ଫଟୋରେ ଥିବା ନୀଳ ରଙ୍ଗର ଗ୍ଲାସ୍ ଉପରେ ଦୃର୍ଷ୍ଟି ଆକର୍ଷଣ କରିଥିଲା।

ଅର୍ଜୁନ୍ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି। ଗୋଟେ ଫଟୋରେ ମଲାଇକା ଅନ୍ୟପଟେ ଅର୍ଜୁନ ନଜର ଆସିଛନ୍ତି। ଏହି ଫଟୋ ଗୁଡିକ ପୋଷ୍ଟ କରି ସେ କ୍ୟାପସନ୍ ଦେଇଛନ୍ତି, ‘କିଏ ଭଲ ଦେଖାଯାଉଛି? ଲେଖନ୍ତୁ। # ଥ୍ରୋବ୍ୟାକ୍ ମେମୋରୀ # ପ୍ୟାରିସ୍ । ଅର୍ଜୁନଙ୍କ ଏହି ପୋଷ୍ଟରେ ମଲାଇକା ଉତ୍ତର ଦେଲା, ହମ୍, ମୁଁ। ବର୍ତ୍ତମାନ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ୟୁଜର୍ସମାନେ ଖୁବ୍ ଲାଇକ୍ କମେଣ୍ଟ କରୁଛନ୍ତି।