ମଲାଇକା ଠାରୁ ୧୨ ବର୍ଷ ସାନ ଅର୍ଜୁନ୍‌ କପୁର ଟ୍ରୋଲର୍ସଙ୍କୁ ଦେଲେ ଜବାବ୍‌, କହିଲେ-ବୟସକୁ ନେଇ କହୁଥିବା ଲୋକେ ସେଲଫି ପାଇଁ ବିକଳ ହୁଅନ୍ତି

Published By : Prameya-News7 Bureau | January 03, 2022 IST

ନୂଆଦିଲ୍ଳୀ ୦୩।୦୧ :  ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ କାହାକୁବା ଅଛପା । ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଦୁହିଁଙ୍କ ଲଭ ଷ୍ଟୋରୀକୁ ନେଇ ଖୁବ୍‌ ଚର୍ଚ୍ଚା । ହେଲେ ପରସ୍ପର ପ୍ରତି ଥିବା ପ୍ରେମକୁ ଦୁନିଆକୁ ଲୁଚାନ୍ତି ନାହିଁ। ଏଥିପାଇଁ ଉଭୟ ନିଜ ପ୍ରେମକୁ ସବୁଆଡେ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି ଏହା ସହ ସୋସିଆଲ ମିଡିଆରେ ମଧ୍ୟ ଦୁହେଁ ପରସ୍ପର ପ୍ରତି ଭଲପାଇବା ଦେଖିବାକୁ ମିଳେ । ହେଲେ ପ୍ରାୟ ସମୟ ତାଙ୍କର ଏବଂ ମଲାଇକାଙ୍କ ବୟସର ପାର୍ଥକ୍ୟକୁ ନେଇ ଅର୍ଜୁନଙ୍କୁ ଟ୍ରୋଲିଂ କରୁଥିବା ବିଷୟରେ ପଚରାଗଲା, ସେ ଏହାକୁ ନେଇ ଭଲରେ ଉତ୍ତର ଦେଇଛନ୍ତି । ଏହା ସହ ଦୁହିଁଙ୍କୁ ନେଗେଟିଭ୍‌ ଚିନ୍ତାଧାରା ଉପରେ କୌଣସି ଫରକ ପଡେ ନାହିଁ ।

ତେବେ ମଲାଇକା ଆରୋରା ଅର୍ଜୁନ କପୁରଙ୍କଠାରୁ ୧୨ ବର୍ଷ ବଡ । ଯେତେବେଳେ ସେମାନଙ୍କ ସମ୍ପର୍କର ଖବର ସାମ୍ନାକୁ ଆସିଲା, ସେତେବେଳେ ସେମାନଙ୍କ ବୟସର ପାର୍ଥକ୍ୟ ସବୁଠାରୁ ଅଧିକ ଆଲୋଚନା ହେଉଥିଲା । ବର୍ତ୍ତମାନ ଅର୍ଜୁନ କପୁରଙ୍କୁ ୩୬ ବର୍ଷ ହୋଇଥିବାବେଳେ ମଲାଇକାଙ୍କୁ ୪୮ ବର୍ଷ ବୟସ । କୌଣସି ଏକ ସାକ୍ଷାତକରରେ ସର୍ବପ୍ରଥମେ ଗଣମାଧ୍ୟମ ଲୋକଙ୍କ କମେଣ୍ଟକୁ ଦେଖନ୍ତି, କିନ୍ତୁ ଆମେ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ କମେଣ୍ଟସକୁ ଦେଖୁନାହୁଁ । ହେଲେ ରିଲେଶନ୍‌ସିପ୍‌କୁ ନେଇ ବୟସ ସହ ପାର୍ଥକ୍ୟ କରିବା ମୂର୍ଖାମୀ ବୋଲି ଅର୍ଜୁନ କହିଛନ୍ତି। କାହିଁକି ନା ଯେତେବେଳେ ଏହି ଲୋକମାନେ ମୋତେ ଭେଟନ୍ତି, ସେମାନେ ମୋ ସହିତ ସେଲଫି ନେବା ପାଇଁ ବିକଳ ହୁଅନ୍ତି। ତେବେ ମୋର ବ୍ୟକ୍ତିଗତ ଜୀବନରେ ମୁଁ ଯାହା କରୁଛି ତାହା ହେଉଛି ମୋର ମୋ ଇଚ୍ଛା।

wp:html
/wp:html

ଏହା ବ୍ୟତୀତ ଯେପର୍ଯ୍ୟନ୍ତ ମୋର କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି, ବାକି ସବୁକିଛି କେବଳ ବେକାର ନିରର୍ଥକ । ଆଉ, ଯାହାର ଯେତେ ବୟସ ହଉ, ତୁମେ ଏହା ବିଷୟରେ ଏତେ ଚିନ୍ତା କରିବା ଦରକାର ନାହିଁ । ତେଣୁ ନିଜେ ବଞ୍ଚ, ବଞ୍ଚିବାକୁ ଦିଅ ଏବଂ ଆଗକୁ ବଢ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.