ଗୋଆରେ ନିଜ ପରିବାର ସହ ଛୁଟି କାଟୁଥିବାବେଳେ ଦୁର୍ଘଟଣାର ଶିକାର ହେଲେ ଏହି ଅଭିନେତା : ୬ ସପ୍ତାହ ଯାଏଁ ଆରାମ କରିବାକୁ ପରାମର୍ଶ
21/08/2020 at 5:09 PM

ମୁମ୍ବାଇ ୨୧/୮: ଲୋକପ୍ରିୟ ଅଭିନେତା ଅର୍ଜୁନ ବିଜଲାନି ଏବେ ନିଜ ପରିବାର ସହ ଗୋଆରେ ଛୁଟି କାଟୁଛନ୍ତି। ଖୁବ୍ ଶୀଘ୍ର ସେ ନିଜ ଘରକୁ ଫେରିଥାନ୍ତେ କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଯାଇଥିଲେ।

ବିଚରେ ବୁଲୁଥିବା ସମୟରେ ହଠାତ୍ ତାଙ୍କ ଗୋଡ଼ ଦୁଇଟି ପଥର ମଧ୍ୟରେ ରହିଯାଇଥିଲା। ଫଳରେ ତାଙ୍କ କ୍ଷତାକ୍ତ ହୋଇ ଯାଇଥିଲା। ସେ ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିଥିଲେ ଏବଂ ଚିକିତ୍ସା ଯୋଗୁଁ ଡାକ୍ତର ତାଙ୍କୁ ବର୍ତ୍ତମାନ ୬ସପ୍ତାହ ପାଇଁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି।

ଅର୍ଜୁନ ନିଜ ପରିବାର ସହ ଗତ କିଛି ଦିନରୁ ଗୋଆରେ ଛୁଟି କାଟୁଛନ୍ତି। ସେ ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ନିକଟରେ ସେ ନିଜ ପରିବାର ସହ ଭଲ ସମୟ କାଟୁଥିଲେ କିନ୍ତୁ ହଠାତ୍ ତାଙ୍କ ସହ ଦୁର୍ଘଟଣା ଘଟିଯାଇଥିଲା।

ନିଜ ଅବସ୍ଥା ବିଷୟରେ କଥା ହୋଇ ଅର୍ଜୁନ ସୂଚନା ଦେଇଥିଲେ ଯେ ତାଙ୍କ ଛୁଟି ଶେଷ ହୋଇ ସାରିଛି କିନ୍ତୁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅର୍ଜୁନ ନିଜ ବୟାନରେ କହିଛନ୍ତି ଯେ ତାଙ୍କ ଗୋଡ଼ରେ ସଙ୍କୋଚନ ହୋଇଛି ଯାହା ଫଳରେ ଡାକ୍ତର ତାଙ୍କୁ ବିଛଣାରେ ୬ସପ୍ତାହ ଯାଏଁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି।

ଅର୍ଜୁନ କହିଛନ୍ତି ଯେ ସମୁଦ୍ର କୂଳରେ ବର୍ଷା ଯୋଗୁଁ ବହୁତ ଶିଉଳି ହୋଇଯାଇଥିଲା ତେଣୁ ବୁଲୁଥିବାବେଳେ ହଠାତ୍ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ୨ଟି ପଥର ମଧ୍ୟରେ ଫସି ଯାଇଥିଲା। ଏହା ଯୋଗୁଁ ତାଙ୍କ ଗୋଡ଼ରେ ସଙ୍କୋଚନ ହୋଇଛି।

ଏହି ଘଟଣା ଗତ ମଙ୍ଗଳବାର ଘଟିଛି। ଅର୍ଜୁନଙ୍କୁ ଶେଷ ଥର ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ଓ୍ବେବ୍ ସିରିଜ ‘ଷ୍ଟେଟ୍ ଅଫ୍ ସିଜ: ୨୬/୧୧’ରେ ମେଜର ନିଖିଲ ମଣିକୃଷ୍ଣନଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ସିରିଜକୁ ଦର୍ଶକ ଏବଂ ସମୀକ୍ଷକଙ୍କଠୁ ଭଲ ପ୍ରତିକ୍ରିୟା ମିଳିଛି।
