LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

‘ଗେରୁଆ’ କଣ୍ଟ୍ରୋଭର୍ସିକୁ ନେଇ ମୁହଁ ଖୋଲିଲେ ଅରିଜିତ୍‌ ସିଂ, କହିଲେ- ରଙ୍ଗକୁ ନେଇ ଏତେ ବିବାଦ କାହିଁକି ?

20/02/2023 at 12:06 PM

Arijit Singh REACTS to Gerua

ମୁମ୍ଵାଇ ୨୦।୦୨: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଅରିଜିତ ସିଂ । ତାଙ୍କ  ଗୀତ ପାଇଁ ସବୁ ଦିୱାନା । ହେଲେ ଏବେ ପୁଣିଥରେ ନିଜର ପୁରୁଣା ବିବାଦ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ପ୍ରାୟ ଏକ ମାସ ପୂର୍ବରୁ କୋଲକାତାରେ ଅରିଜିତଙ୍କର ଏକ କନ୍ସର୍ଟ ବାତିଲ କରାଯାଇଥିଲା। ଏହାର କାରଣ ଥିଲା ଶାହାରୁଖ ଖାନଙ୍କ ଫିଲ୍ମର ଗୀତ ‘ରଙ୍ଗ ଦେ ତୁ ମୋହେ ଗେରୁଆ’। କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହାକୁ ଅରିଜିତ୍ ଗାଇଥିଲେ ଏବଂ ବିବାଦକୁ ଆମନ୍ତ୍ରଣ କରିଥିଲେ। ବର୍ତ୍ତମାନ ସିଙ୍ଗର ଏହି ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି।

Arijit Singh:अरिजीत सिंह ने पहली बार 'गेरुआ' विवाद पर तोड़ी चुप्पी, कहा- यह  रंग स्वामी विवेकानंद का है - Arijit Singh Talks About Gerua Row For The  First Time Said Why So

ନିକଟରେ, ଫେବୃଆରୀ ୧୮ ରେ କୋଲକାତାରେ ଆୟୋଜିତ ଏକ କନ୍ସର୍ଟରେ ଅରିଜିତ ଏକ ମାସ ପରେ ୪ଘଣ୍ଟା ପରଫମାନ୍ସ ଦେଇଥିଲେ।  ପ୍ରଥମ ଥର ପାଇଁ ଏହି ବିବାଦ ଉପରେ ମୁହଁ ଖୋଲିଥିଲ। ରଙ୍ଗ ବିବାଦ ତାଙ୍କୁ କେତେ ଅସୁବିଧାରେ ପକାଇଛି ତାହା କହିଥିଲେ। କହିଥିଲେ କି – “କେବଳ ଗୋଟିଏ ରଙ୍ଗ ଉପରେ ଏତେ ବିବାଦ କାହିଁକି । ଗେରୁଆ ରଙ୍ଗ ସ୍ଵାମୀ ବିବେକାନନ୍ଦଙ୍କ ସନ୍ୟାସୀଙ୍କର ଅଟେ। ଯଦି ସେ ଧଳା ରଙ୍ଗରେ କରିଥାନ୍ତେ, ତେବେ ଧଳା ରଙ୍ଗକୁ ନେଇ ବି ବିବାଦ ହୋଇଥାନ୍ତା କି? “

ଅରିଜିତଙ୍କ ବିବୃତ୍ତିରେ ଜବାବ ଦେଇ ଟିଏମସି ବିଧାୟକ ତାପସ ରୟ କହିଛନ୍ତି- ‘ଗେରୁଆ ରଙ୍ଗକୁ ନେଇ କୌଣସି ବିବାଦ ନଥିଲା। ଏହି ରଙ୍ଗ ଆମର ତ୍ରିରଙ୍ଗାର ଏକ ଅଂଶ । ବିଜେପି  ସବୁବେଳେ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରେ। ଏହା ଆମ ପାର୍ଟି ଉପରେ ନିର୍ଭର କରେ ନାହିଁ ଯେ କେଉଁ ଇଭେଣ୍ଟ ସହରରେ ଅନୁମତି ମିଳିବ କି ନାହିଁ । କାହିଁକି ନା ଏହା କେବଳ ପ୍ରଶାସନର ନିଷ୍ପତ୍ତି । ବିଜେପି କେବଳ ଟିଏମସି ଏବଂ ମମତା ବାନାର୍ଜୀଙ୍କ ବିରୋଧରେ କହିବାକୁ ଚାହୁଁଛି।  ତାଙ୍କର ମନ୍ତବ୍ୟ ପ୍ରତ୍ୟେକ ରାଜନୈତିକ ଦଳ ପାଇଁ ଏବଂ କୌଣସି ଦଳ ପାଇଁ ନୁହେଁ ।

କ’ଣ ଥିଲା ବିବାଦ?

୨୦୨୨ ଡିସେମ୍ବରରେ ଆୟୋଜିତ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅରିଜିତ୍ ଶାହରୁଖ ଖାନଙ୍କ ଫିଲ୍ମ ଦିଲୱାଲେର ହିଟ୍ ଗୀତ ଗେରୁଆ ଗାଇଥିଲେ। ଏହି ଇଭେଣ୍ଟରେ ସିଏମ୍ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଯାହା ପରେ ସମଗ୍ର ବିଷୟ ଏକ ରାଜନୈତିକ ରଙ୍ଗ ନେଇଥିଲା । ଗାୟକ କେବଳ ସିଏମଙ୍କ ଅନୁରୋଧ କ୍ରମେ ଏହି ଗୀତ ‘ଗେରୁଆ’ ଗାଇଥିଲେ, କିନ୍ତୁ ଏହା ସତ୍ତ୍ଵେ ତାଙ୍କୁ ଭାରି ପଡିଲା। ଏହି କାରଣରୁ ତାଙ୍କର କନସର୍ଟ ବାତିଲ କରାଯାଇଥିଲା ।

ତେବେ ଟିଏମସି ନେତା ତଥା HIDCO ସଭାପତି ଫିରହାଦ୍ ହକିମ ବିଜେପି ନେତାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଥିଲେ। ସେ କହିଛନ୍ତି ଯେ ଆୟୋଜକମାନେ ସ୍ଥାନୀୟ ପୋଲିସ୍‌କୁ ଅଫିସିଆଲି କନସର୍ଟ ବିଷୟରେ ସୂଚନା ଦେଇ ନଥିଲେ । ସେଥିପାଇଁ ଏହାକୁ ବାତିଲ କରାଯାଇଥିଲା। ପଶ୍ଚିମବଙ୍ଗ ଯୁବ ବିଜେପି ନେତା ଇନ୍ଦ୍ରାନିଲ ଖାନଙ୍କ ଅଭିଯୋଗର ଜବାବରେ ସେ ଏହି ଟୁଇଟ୍ ଲେଖିଥିଲେ। ଅରିଜିତଙ୍କ ସୋ ପାଇଁ ଟିଏମସି ସରକାରଙ୍କୁ ବିଜେପି ନେତା ସମାଲୋଚନା କରିଥିଲେ।

   Related Posts