କୋଲକାତାରେ ରଦ୍ଦ ହେଲା ଅରିଜିତ ସିଂଙ୍କ କନସର୍ଟ, ଜୋର ଧରିଲା ରାଜନୀତି

Published By : Prameya-News7 Bureau | December 29, 2022 IST

କୋଲକାତା: ଲୋକପ୍ରିୟ ବଲିଉଡ କଣ୍ଠଶିଳ୍ପୀ ଅରିଜିତ ସିଂଙ୍କୁ କୋଲକାତାରେ ଫେବ୍ରୁଆରୀ ୧୮ରେ ପ୍ରସ୍ତାବିତ କନସର୍ଟକୁ ପୋଲିସ ଅନୁମତି ନ ମିଳିବା ଯୋଗୁଁ ରଦ୍ଦ କରାଯାଇଛି । ଏହି କାର୍ଯ୍ୟକ୍ରମ କୋଲକତାର ଇକୋ ପାର୍କରେ ଆୟୋଜିତ ହୋଇଥାନ୍ତା । ଏହାକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଜୋର ହେବାରେ ଲାଗିଛି । ଏହି ମାମଲାରେ ବିଜେପି ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି ।

ବିଜେପି ଅଭିଯୋଗ ଆଣିଛି ଯେ ମମତା ସରକାର ଗେରୁଆ ରଙ୍ଗକୁ ଡରୁଛି, ଏଥିପାଇଁ ତାଙ୍କ ସନସର୍ଟକୁ ଅନୁମତି ଦେଲେ ନାହିଁ । ଅନ୍ୟପଟେ ଟିଏମସି ସରକାର କହିଛି ଯେ ସେହି ସ୍ଥାନରେ ଜି-୨୦ ବୈଠକ ହେବାକୁ ଯାଉଛି, ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ କନସର୍ଟ ରଦ୍ଦ କରାଯାଇଛି । ସୂଚନା ଅନୁସାରେ କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୨ରେ ଅରିଜିତ ନିଜର ବେଶ ଲୋକପ୍ରିୟ ଗୀତ... ରଙ୍ଗ ଦେ ଗେରୁଆ ଗାଇଥିଲେ । ଏହାର କିଛି ଦିନ ପରେ ହିଁ ତାଙ୍କର ଏହି କନସର୍ଟ ରଦ୍ଦ ହୋଇଛି । ଏହି ପ୍ରସଙ୍ଗରେ ଟିଏମସିକୁ ଘେରିଛି ବିଜେପି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.