ପୋଲିସ ଏବଂ ଗୋ-ମାଫିଆ ମୁହାଁମୁହିଁ, ମାଫିଆ ଗୋଡରେ ବାଜିଛି ଦୁଇଟି ଗୁଳି

Published By : Prameya-News7 Bureau | August 11, 2024 IST

କେନ୍ଦୁଝର ୧୧।୦୮ :  ପୋଲିସ ଗୁଳିରେ ଗୋ-ମାଫିଆ ଗୁରୁତର । ଗୋ ଚାଲାଣକାରୀ ଆରିଫ୍‌ ଖାନ୍‌ଙ୍କ ଗୋଡରେ ବାଜିଛି ଦୁଇ ଗୁଳି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ହରିଚନ୍ଦନପୁର ଥାନା ଅଞ୍ଚଳରେ ଗୋଚାଲାଣ ହେଉଥିବାର ଖବର ପାଇଥିଲା ପୋଲିସ । ଏହିକ୍ରମରେ କୁଲାଢାଙ୍କୁଳି ନିକଟରେ ଗୋରୁ ଗାଡିକୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଗୋ ଚାଲାଣକାରୀ ପୋଲିସ ଉପରକୁ ଗୁଳି ଚଳାଇଥିବା । ଶେଷରେ ବାଧ୍ୟ ହୋଇ ପୋଲିସ ଗୁଳିଚାଲାଣ କରିଥିଲେ । ଯେଉଁଥିରେ ଗୋ ଚାଲାଣକାରୀ ଆରିଫ୍‌ ଖାନ୍‌ଙ୍କ ଗୋଡରେ ଦୁଇଟି ଗୁଳି ବାଜିଥିଲା । େହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.