scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ରୀଲଙ୍କା ନୂଆ ପ୍ରଧାନମନ୍ତ୍ରୀଙ୍କ ଭାରତ ସହ ରହିଛି ଗଭୀର ସମ୍ପର୍କ, ପିତା ଥିଲେ ଜବାହାରଲାଲ ନେହେରୁଙ୍କ ନିକଟତମ

23/07/2022 at 2:04 PM

କଲମ୍ବୋ ୨୩।୭: ଶ୍ରୀଲଙ୍କାର ପଞ୍ଚଦଶତମ ପ୍ରଧାନମନ୍ତ୍ରୀ ଭାବେ ଦିନେଶ ଗୁଣବର୍ଦ୍ଧନେଙ୍କୁ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଶୁକ୍ରବାର ଅନ୍ୟ ୧୭ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶ୍ରୀଲଙ୍କା ପୋଦୁଜାନା ପେରାମୁନା (ଏସଏଲପିପି) ପାର୍ଟିର ସାଂସଦ ଗୁଣବର୍ଦ୍ଧନେ  ଅନ୍ୟ ସାଂସଦଙ୍କ ଉପସ୍ଥିତିରେ କଲମ୍ବୋରେ ଶପଥ ଗ୍ରହଣ କରିଛନ୍ତି।

ଶ୍ରୀଲଙ୍କା ରାଜନୀତିରେ ଦିନେଶ ଗୁଣବର୍ଦ୍ଧନେଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ଦେଶର ଅର୍ଥ ବ୍ୟବସ୍ଥା ସ୍ୱାଧୀନତା ପରଠାରୁ ସବୁଠୁ ଖରାପ ପରିସ୍ଥିତିକୁ ପହଞ୍ଚି ଯାଇଛି। ଉତ୍ପାଦନ ଲାଗି ଷ୍ଟ୍ରକଚରାଲ ଇନପୁଟର ଅନୁପଲବ୍ଧତା, ମାର୍ଚ୍ଚ ୨୦୨୨ ପରେ ମୁଦ୍ରାର ୮୦ ପ୍ରତିଶତ ମୂଲ୍ୟ ହ୍ରାସ, ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ଓ ଅନ୍ତରାଷ୍ଟ୍ରୀୟ ଋଣ ଦାୟିତ୍ୱ ପୁରା କରିବା ଏବେ ତାଙ୍କ ଲାଗି ସବୁଠୁ ବଡ ଚାଲେଞ୍ଜ ହେବ ବୋଲି କୁହାଯାଉଛି।

ତେବେ ଶ୍ରୀଲଙ୍କା ନୂଆ ପ୍ରଧାନମନ୍ତ୍ରୀଙ୍କ ଭାରତ ସହ ଗଭୀର ସମ୍ପର୍କ ଥିବା ଜଣାପଡିଛି। ଏପରିକି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ପିତାଙ୍କର ମଧ୍ୟ ଭୂମିକା ଥିବା ବେଳେ ସ୍ୱାଧୀନୋତ୍ତର ଭାରତରେ ସମବାୟ ଆନ୍ଦୋଳନ ଲାଗି ତାଙ୍କର ଯୋଗଦାନ ଉଲ୍ଲେଖନୀୟ ଥିଲା। ଦିନେଶ ଗୁଣବର୍ଦ୍ଧନେଙ୍କ ପିତା ଡନ ଫିଲିପ୍ ରୂପାସିଂଘେ ଗୁଣବର୍ଦ୍ଧନେଙ୍କ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମ ସହ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ବେଳେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା।

ଡନ ଫିଲିପ୍ ସାମ୍ରାଜ୍ୟବାଦ ବିରୋଧ ସଙ୍ଗଠନ ଇଣ୍ଡିଆ ଲିଗ୍ ଲାଗି କୃଷ୍ଣ ମେନନ ଓ ନେହେରୁଙ୍କ ସହିତ କାମ କରିଥିଲେ। ୧୯୪୨ ମସିହାରେ ଡନ ଫିଲିପ ଶ୍ରୀଲଙ୍କାରୁ ଖସି ପଳାଇ ଆସି ଭାରତରେ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ। ଡନ ଫିଲିପ୍ ଭାରତରେ ଗୁରୁସ୍ୱାମୀ ନାମରେ ପରିଚିତ ଥିବା ବେଳେ ଆନ୍ଦୋଳନ କାଳରେ ଧରାପଡି ଜେଲ ଯାଇଥିଲେ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଡନ ଫିଲିପଙ୍କୁ ତାଙ୍କ ପତ୍ନୀ କୁସୁମୀ ମଧ୍ୟ ସହଯୋଗ କରୁଥିଲେ। ସେମାନେ ଭାରତରେ ଅବସ୍ଥାନ କରୁଥିବା ବେଳେ ସେମାନଙ୍କର ପ୍ରଥମ ପୁତ୍ର ଜନ୍ମ ହୋଇଥିଲା  ଓ ସେମାନେ ତାଙ୍କ ନାମ ଇଣ୍ଡିକା ରଖିଥିଲେ।

ଶ୍ରୀଲଙ୍କା ଗାର୍ଡିଆନ ରିପୋର୍ଟ ଅନୁସାରେ ଡନ ଫିଲିପଙ୍କୁ ୧୯୪୩ରେ ଶ୍ରୀଲଙ୍କା ଅଣାଯାଇଥିଲା ଓ ଏଠାରେ ତାଙ୍କୁ ୬ ମାସ ଦଣ୍ଡାଦେଶ ହୋଇଥିଲା। ସ୍ୱାଧୀନୋତ୍ତର ଭାରତରେ ସମବାୟ ଆନ୍ଦୋଳନରେ ମଧ୍ୟ ଡନ ଫିଲିପଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ବହୁ ଉଦ୍ଦେଶୀୟ ସମବାୟ ସମିତି ପ୍ରଣାଳୀ (ଏମପିସିଏସ୍) ସ୍ଥାପନା ଓ ଆରମ୍ଭ କରି ଅସାଧାରଣ ସଫଳତା ହାସଲ କରିଥିଲେ।   

   Related Posts