previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ଭୁଲ୍ କରି ପୁଣି ନାଲି ଆଖି: ଟ୍ରାଫିକ୍ ପୁଲିସ୍ ସହିତ ଯୁକ୍ତିତର୍କ ସହ ଛଡ଼ାଇ ନେଲେ ସାମ୍ବାଦିକଙ୍କ କ୍ୟାମେରା

28/08/2020 at 10:13 AM

ଭୁବନେଶ୍ୱର୨୮/୮: ରଙ୍ଗ ସାଇଡ୍‌ରେ ଯାଉଥିଲେ। ଚେକିଂରେ ଧରା ପଡ଼ିବାରୁ ଦମ୍ଭ ଦେଖାଇ ଫାଙ୍କିଲେ। ଫାଇନ୍‌ ନ ଦେଇ ଆତଙ୍କ ଖେଳାଇଲେ। ଟ୍ରାଫିକ୍‌ ପୁଲିସକୁ ଗାଳିଗୁଲଜ କଲେ। ଏହି ଘଟଣାର ଫଟୋ ଉଠାଉଥିବା ଫଟୋ ସାମ୍ବାଦିକଙ୍କୁ ବି ଛାଡିଲେନି। ତାଙ୍କ କ୍ୟାମେରା ଛଡ଼ାଇନେଲେ। ରାଜମହଲ ଛକ ଟ୍ରାଫିକ୍‌ ଚେକିଂରେ ଏମିତି ଢଙ୍ଗରେ ଜଣେ ବାଇକ୍‌ ଆରୋହୀ ଆତଙ୍କ ଖେଳାଇଛନ୍ତି।

ଅପରାହ୍ନ ୧ଟା ହେବ। ରାଜମହଲ ଛକରେ ଚେକିଂ ଚଳାଇଥିଲେ ଟ୍ରାଫିକ୍‌ ସବ୍‌ଇନ୍ସପେକ୍ଟର ବିଜୟ କୁମାର ସାହୁ ଓ ତାଙ୍କ ଟିମ୍‌। ଏକ ନମ୍ବର ମାର୍କେଟ ଆଡୁ ରଙ୍ଗ ସାଇ୍‌ଡରେ ଆସୁଥିବା ସ୍କୁଟର (ଓଆର୦୨ବିଜେଡ୍‌୩୨୩୫) ସିଧା ଓଭରବ୍ରିଜ୍‌ ତଳ ଦେଇ ପଶିଥିଲା। ରଙ୍ଗ ସାଇଡ୍‌ରେ ଆସୁଥିବାରୁ ଚେକିଂ କରୁଥିବା କନଷ୍ଟେବଳ ତାଙ୍କୁ ଅଟକାଇଥିଲେ । ଶ୍ରୀ ସାହୁ ଫାଇନ୍‌ କାଟିବାକୁ କହିବା ସହ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ମାଗିଥିଲେ। କିନ୍ତୁ ଯୁବକଜଣକ ହଠାତ୍‌ ଚିଡିଗଲେ। ଓଲଟାସିଧା ବାଣୀ ଶୁଣାଇଲେ । ବଡ଼ ବଡ଼ ନେତା ମୋର ଚିହ୍ନା ବୋଲି କହି ଧମକ ଦେଇଥିଲେ । ଟ୍ରାଫିକ୍‌ ଥାନାକୁ ସ୍କୁଟର ନେବାକୁ ଉଦ୍ୟମ କରୁଥିବା କନଷ୍ଟେବଳଙ୍କୁ ଠେଲାପେଲା କରିଥିଲେ।

ଯୁବକଙ୍କ ଏମିତି ହଙ୍ଗାମା ଦେଖି ଜଣେ ଫଟୋ ସାମ୍ବାଦିକ ଏହାର ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ। ଏହା ଦେଖି ଆହୁରି ରାଗି ଯାଇ ଯୁବକଜଣକ ସାମ୍ବାଦିକଙ୍କ ଆଡକୁ ମାଡି଼ ଆସିଥିଲେ। ତାଙ୍କ ହାତରୁ କ୍ୟାମେରା ଛଡ଼ାଇ ନେଇଥିଲେ। ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବାକୁ ଯୁବକ ଜଣକ ଶାନ୍ତ ପଡ଼ିଥିଲେ। ଚୁପ୍‌ଚାପ୍‌ ଫାଇନ୍‌ କାଟି ପଳାଇଥିଲେ। ଏନେଇ ସାମ୍ବାଦିକଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି ।

   Related Posts