ଭୁବନେଶ୍ବର ୦୫/୧୨ : ଆର୍ଜେଣ୍ଟିନା ଜୁନିୟର ହକି ବିଶ୍ବକପ ଚାମ୍ପିୟନ । କଳିଙ୍ଗ ଷ୍ଟାଡିୟମରେ ଜାରି ରହିଥିବା ଜୁନିୟର ହକି ବିଶ୍ବକପରେ ବିଜୟ ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା । ଜର୍ମାନୀକୁ ୨-୪ ଗୋଲରେ ହରାଇ ଆର୍ଜେଣ୍ଟିନା ବିଶ୍ବ ଚାମ୍ପିୟନ ହୋଇଛି । ୨ୟ ଥର ପାଇଁ ହକି ବିଶ୍ବକପ ଟ୍ରଫି ହାତେଇଲା ଆର୍ଜେଣ୍ଟିନା ।
ଆର୍ଜେଣ୍ଟିନା ପକ୍ଷରୁ ଡୋମେନେ ଲୌଟାରୋ ହ୍ୟାଟ୍ରିକ୍ ଗୋଲ ଦେଇ ଦଳକୁ ବିଜୟୀ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ୧୦, ୨୫ ଏବଂ ୫୦ ମିନିଟ୍ରେ ଡୋମେନେ ଗୋଲ ସ୍କୋର କରିଥିବା ବେଳେ ଆଗୋସ୍ତିନି ଫ୍ରାନ୍ସୋ ୬୦ ମିନିଟ୍ରେ ଆଉ ଏକ ଗୋଲ ଦେଇଥିଲେ । ଜର୍ମାନୀ ପକ୍ଷରୁ ହାଏନେର୍ ଜୁଲି୍ରସ୍ ୩୬ ମିନିଟ୍ ସମୟରେ ଗୋଟିଏ ଗୋଲ ସ୍କୋର କରିଥିବା ବେଳେ ଫାଣ୍ଡାଟ୍ ମାସୀ ୪୭ ମିନିଟ୍ ସମୟରେ ଗୋଟିଏ ଗୋଲ କରିଥିଲେ ।
wp:html/wp:htmlFranco Agostini clinches a thrilling title triumph for @ArgFieldHockey with a field goal at 60'.
— Odisha Sports (@sports_odisha) December 5, 2021
FT: GER ?? 2-4?? ARG#RisingStars #IndiaKaGame #OdishaForHockey pic.twitter.com/VpIiTrY4oE