ସତ ହେବ କି ମେସିଙ୍କ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ? ଷଷ୍ଠ ଥର ପାଇଁ ଫାଇନାଲ୍ ଆର୍ଜେଣ୍ଟିନା

Published By : Prameya-News7 Bureau | December 14, 2022 IST

ଦୋହା ୧୪।୧୨ : ଅନ୍ତିମ ପର୍ଯ୍ୟାୟରେ ଫିଫା ବିଶ୍ୱକପ୍‌ ୨୦୨୨ । ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ସେମିଫାଇନ୍‌ଲରେ ବିଜୟୀ ଆର୍ଜେଣ୍ଟିନା । ଫିଫା ବିଶ୍ବକପ୍ ଫାଇନାଲରେ ଆର୍ଜେଣ୍ଟିନା । ଆର୍ଜେଣ୍ଟିନା ଷଷ୍ଠ ଥର ପାଇଁ ଫାଇନାଲ୍ ରେ ପ୍ରବେଶ କରିଛି।

ପ୍ରଥମ ସେମିଫାଇନାଲ୍ ରେ ୩-୦ ଗୋଲ୍ ରେ କ୍ରୋଏସିଆକୁ ପରାସ୍ତ କରିଛି ଆର୍ଜେଣ୍ଟିନା । ମେସି ୩୪ ମିନିଟ୍ ଏବଂ ଆଲ୍ ଭାରେଜ୍ ୩୯ ଓ ୭୧ ମିନିଟ୍ ରେ ଗୋଲ୍ ଦେଇ ଦଳକୁ ଫାଇନାଲ୍ ରେ ପହଞ୍ଚାଇଥିଲେ। ସେହିପରି ମେସି ବିଶ୍ବକପରେ ପଞ୍ଚମ ଗୋଲ୍ ସହ ଗୋଲଡେନ୍ ବୁଟ୍ ଦୌଡ଼ରେ ଫ୍ରାନ୍ସର ଏମ୍ ବାପେଙ୍କ ସମକକ୍ଷ ହୋଇଛନ୍ତି।

ଅନ୍ୟପଟେ ଆଜି ଦ୍ବିତୀୟ ସେମିରେ ଫ୍ରାନ୍ସ -ମରକ୍କୋ ମଧ୍ୟରେ ମୁକାବିଲା ହେବ । ପୂର୍ବତନ ବିଜେତା ଫ୍ରାନ୍ସ ଓ ଚଳିତ ବର୍ଷର ବଡ଼ ବିପର୍ଯ୍ୟୟକାରୀ ମରକ୍କୋ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ୍ ଖେଳାଯିବ। ଆର୍ଜେଣ୍ଟିନା ଶେଷ ଥର ପାଇଁ ୨୦୧୪ରେ ଫାଇନାଲକୁ ଯାଇଥିଲା, କିନ୍ତୁ ଦଳ ଉପବିଜେତା ହୋଇଥିଲା। ସେହିଭଲି କ୍ରୋଏସିଆ ଗତ ଥରର ରନର୍ସ ଅପ୍ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.