ପୁରୁଷ ହକି ବିଶ୍ଵ କପ୍ ୨୦୨୩: ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ୩-୩ରେ ଡ୍ର

Published By : Prameya-News7 Bureau | January 16, 2023 IST

ଭୁବନେଶ୍ଵର: କଳିଙ୍ଗ ଷ୍ଟାଡିୟମରେ ସୋମବାର ଖେଳା ଯାଇଥିବା ଗ୍ରୁପ ଏର ଦ୍ଵିତୀୟ ମ୍ୟାଚ୍‌ ରୋମାଞ୍ଚକର ଭାବେ ଡ୍ର ରହିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଏବଂ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲା ୩-୩ ଗୋଲ୍‌ରେ ଡ୍ର ରହିଛି। ଡ୍ର ସହ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ତେବେ ଗୋଲ ବ୍ୟବଧାନ କାରଣରୁ ଅଷ୍ଟ୍ରେଲିଆ ୪ ପଏଣ୍ଟ ସହ ଗ୍ରୁପ ଏରେ ଶୀର୍ଷରେ ରହିଥିବା ବେଳେ ଆର୍ଜେଣ୍ଟିନା ସମାନ ୪ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି।

ପ୍ରଥମ କ୍ଵାର୍ଟରରୁ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଜେରେମି ହେଓ୍ଵାର୍ଡ ପ୍ରଥମ ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମ କ୍ଵାର୍ଟର ସରିବା ଯାଏଁ କଙ୍ଗାରୁ ଦଳ ଏହି ଅଗ୍ରଣୀକୁ ବଜାୟ ରଖିଥିଲା। ଦ୍ଵିତୀୟ କ୍ଵାର୍ଟରରେ ଦୁଇ ଦଳ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା। ଆର୍ଜେଣ୍ଟିନା ଗୋଲ୍ ଦେଇ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ତେବେ ଆଉ ଏକ ଗୋଲ୍ ଦେଇ ଅଷ୍ଟ୍ରେଲିଆ ହାପ୍ ଟାଇମ୍ ସୁଦ୍ଧା ୨-୧ରେ ଅଗ୍ରଣୀ ହାସଲ କରିଥିଲା।

wp:html /wp:html

ତେବେ ତୃତୀୟ କ୍ଵାର୍ଟରରେ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ କରି ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏହି କ୍ଵାର୍ଟରରେ ଆର୍ଜେଣ୍ଟିନା ଏକ ମାତ୍ର ଗୋଲ୍ କରି ମ୍ୟାଚ୍‌କୁ ୨-୨ ବରାବର ସ୍ଥିତିକୁ ଆଣିଥିଲା। ତୃତୀୟ କ୍ଵାର୍ଟର ସୁଦ୍ଧା ମ୍ୟାଚ୍ ୨-୨ରେ ରହିଥିଲା। ଚତୁର୍ଥ କ୍ଵାର୍ଟର ଆହୁରି ରୋମାଞ୍ଚକର ରହିଥିଲା। ପ୍ରଥମେ ଆର୍ଜେଣ୍ଟିନା ଗୋଲ୍ ଦେଇ  ୩-୨ରେ ଅଗ୍ରଣୀ ହାସଲ କରିଥିବା ବେଳେ ପୁଣି ଅଷ୍ଟ୍ରେଲିଆ ଗୋଲ୍ ଦେଇ ମ୍ୟାଚ୍‌କୁ ସମାନ ସ୍ଥରରେ ରଖିଥିଲା। ମ୍ୟାଚ୍ ସରିବା ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲା। କଡା ଟକ୍କର ମଧ୍ୟରେ ଶେଷରେ ମ୍ୟାଚ୍ ୩-୩ରେ ଡ୍ର ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.