ସ୍ଵପ୍ନରେ କିନ୍ନରଙ୍କୁ ଦେଖୁଛନ୍ତି କି ? ଶୁଭ କି ଅଶୁଭ ଫଳ ଭୋଗିବାକୁ ପଡ଼ିବ… ତା ହେଲେ ଜାଣନ୍ତୁ
23/01/2019 at 8:00 PM

ବିଭିନ୍ନ ସମୟରେ ଆମେ ସ୍ବପ୍ନ ଦେଖିଥାନ୍ତି । କିଛି ସ୍ଵପ୍ନ ଶୁଭ ଥାଏ ତ କିଛି ବି ଥାଏ ଅଶୁଭ । ସ୍ଵପ୍ନକୁ ନେଇ ଆମ ସମସ୍ତଙ୍କର ରହିଛି ଭିନ୍ନ ଭିନ୍ନ ଧାରଣା । କିନ୍ତୁ ବିଭିନ୍ନ କଥା ସ୍ବପ୍ନରେ ଦେଖିଲେ ବି କିନ୍ନରମାନଙ୍କୁ ସ୍ବପ୍ନରେ ବହୁତ କମ୍ ଲୋକ ଦେଖନ୍ତି । ଯଦି ସ୍ଵପ୍ନରେ କିନ୍ନରଙ୍କୁ ଦେଖୁଛନ୍ତି ଜାଣି ରଖନ୍ତୁ କଣ ଥାଇପାରେ ଆପଣଙ୍କ ଆଗାମୀ ଭବିଷ୍ୟତ ।

କିନ୍ନରମାନେ ସାଧାରଣତଃ ଟ୍ରେନ, ବସରେ ଗଲାବେଳେ ଭେଟ ହୋଇଥାନ୍ତି । ସେମାନେ କେବେକେବେ ଯାତ୍ରୀମାନଙ୍କ ସହ ଝଗଡ଼ା କରୁଥିବାର ଆମର ବି ନଜର ଥାଇପାରେ । କେହିକେହି ଯାତ୍ରୀ ଯଦି କିନ୍ନରଙ୍କୁ ପଇସା ନ ଦିଅନ୍ତି, ତା ହେଲେ ଝଗଡ଼ା ହେବାର ଦେଖାଯାଇଥାଏ । ଏହିକଥାକୁ ଯଦି ଆପଣ ସ୍ଵପ୍ନରେ ଦେଖୁଛନ୍ତି ତା ହେଲେ ଆପଣ ଅଶୁଭ ବୋଲି ଭାବିବାକୁ ପଡ଼ିବ । କାହିଁକିନା କିନ୍ନରମାନଙ୍କର ଅଧୁରା ଜୀବନଭଳି ଆପଣଙ୍କ ଜୀବନ ବି ଅଧୁରା ରହିଯିବ ।

କିନ୍ନରମାନଙ୍କୁ ଝଗଡ଼ା କରିବା ଯଦି ସ୍ବପ୍ନରେ ଦେଖିଲେ ଜାଣିବେ, ଆପଣଙ୍କ ବେଳ ଖରାପ ପଡ଼ିଲା । ଏହି ସ୍ବପ୍ନ ଦେଖିବା ମାନେ ଆପଣଙ୍କ ସାଂସାରିକ ଜୀବନ ବି ଭଲରେ କଟିବ ନାହିଁ । ଆପଣଙ୍କ ସ୍ଵାମୀ-ସ୍ତ୍ରୀ କିମ୍ବା ପ୍ରେମିକ-ପ୍ରେମିକା ମଧ୍ୟରେ ଝଗଡ଼ା ସବୁଦିନ ହେବାଟା ଥୟ ।
କିନ୍ନରମାନଙ୍କୁ ସ୍ଵପ୍ନରେ ଦେଖିଲେ ଖାଲି ଝଗଡ଼ା ହୁଏନାହିଁ, ଆହୁରି ମଧ୍ୟ ଭାଗ୍ୟ ବଦଳେଇବା ପରି କଥା ଅଛି ।
ଯଦି କିନ୍ନରଙ୍କୁ ସ୍ବପ୍ନରେ ପଇସା ମାଗିବା ଦେଖିଲେ ଜାଣିବେ, ଆପଣଙ୍କ ଭାଗ୍ୟ ବଦଳିଗଲା । ଆପଣ ଅନେକ ଧନସଂପତ୍ତିର ଅଧିକାରୀ ହୋଇପାରିବେ । ଆପଣଙ୍କ ସୁଖ ସମୃଦ୍ଧି ମଧ୍ୟ ବଢ଼ିବାର ଶୁଭ ସୂଚନା ଦେବ- ଏହି ସ୍ବପ୍ନ ଦେଖିଲେ ।

କିନ୍ନରଙ୍କୁ ପଇସା ମାଗିବାର ସ୍ଵପ୍ନ ଆପଣଙ୍କୁ ଆଗକୁ ବିତ୍ତଶାଳୀ କରିପାରେ, ନିଶ୍ଚିତ ରୁହନ୍ତୁ ।