ମୋଦିଙ୍କ ସହ ରାହୁଲଙ୍କ ଖୋଲା ବିତର୍କ ପ୍ରସଙ୍ଗ, କଟାକ୍ଷ କଲେ ସ୍ମୃତି ଇରାନୀ

Published By : Prameya-News7 Bureau | May 12, 2024 IST

ଦିଲ୍ଲୀ ୧୨/୫: ତୁମେ କଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ରାହୁଲଙ୍କୁ ଟାର୍ଗେଟ କରି ଏମିତି ପ୍ରଶ୍ନ କରିଛନ୍ତି ସ୍ମୃତି ଇରାନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିମନ୍ତ୍ରଣ ଗ୍ରହଣ କରିବା ପରେ ତାଙ୍କୁ ଟାର୍ଗେଟ କରିଛି ବିଜେପି । ଆମେଠି ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ରାହୁଲ ମନା କରିବା ପରେ ତାଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ମୃତି ଇରାନୀ । ଯେଉଁ ବ୍ୟକ୍ତି ପାଖରେ ତଥାକଥିତ ଗଡରେ ସାଧାରଣ ବିଜେପି କର୍ମୀଙ୍କ ବିରୋଧରେ ପ୍ରତିଦ୍ବନ୍ଦିତା କରିବାକୁ ସାହସ ନାହିଁ ସେ ଗର୍ବ କରିବା ଠାରୁ ଭଲ ଦୁରେଇ ରହିବା । ସେହିପରି ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବସି ବିତର୍କ କରିବାକୁ ଚାହୁଁଛନ୍ତି ସେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କି ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି ଇରାନୀ । 

ଶନିବାର କେରଳର ୱାୟାନାଡ ଓ ଉତ୍ତରପ୍ରଦେଶର ରାଇବରେଲି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ରାହୁଲ ଗାନ୍ଧି ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାଧାରଣ ବିତର୍କ ପାଇଁ ନିମନ୍ତ୍ରଣ ଗ୍ରହଣ କରିଥିଲେ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମଦନ ବି.ଲୋକୁର, ଜଷ୍ଟିସ ଅଜିତ ପି.ଶାହ ଓ ବରିଷ୍ଠ ସାମ୍ବାଦିକ ଏନ.ରାମ ଉଭୟ ମୋଦି ଓ ରାହୁଲଙ୍କୁ ଚିଠି ଲେଖିଥିଲେ । ୨ପକ୍ଷ ପରସ୍ପର ବିରୋଧରେ ଆଣୁଥିବା ଅଭିଯୋଗ ଓ ଚ୍ୟାଲେଞ୍ଜର ଜବାବ ରଖିବାକୁ ସେମାନେ ପରାମର୍ଶ ଦେଇଥିଲେ ।  ଲୋକମାନେ କେବଳ ପରସ୍ପରର ଅଭିଯୋଗ ଓ ଚ୍ୟାଲେଞ୍ଜ ଶୁଣୁଛନ୍ତି । ସେମାନଙ୍କୁ କୌଣସି ପକ୍ଷରୁ ଯୁକ୍ତିଯୁକ୍ତ ଜବାବ ମିଳୁନି । ତେଣୁ ଉଭୟ ଖୋଲା ବିତର୍କ ମଞ୍ଚକୁ ଆସିବାକୁ ଆହ୍ବାନ କରିଥିଲେ । ଏହା ପରେ ରାହୁଲ ଗାନ୍ଧି ଏକ୍ସରେ ଗୋଟିଏ ପୋଷ୍ଟ ସେୟାର କରି ବିତର୍କ ନିମନ୍ତ୍ରଣକୁ ସ୍ବୀକାର କରିଥିଲେ।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.