ବୈବାହିକ ଜୀବନରେ ଆନନ୍ଦ ପାଉନାହାଁନ୍ତି କି ? ତା ହେଲେ କରନ୍ତୁ ଏହି ଆସନ- ବିଛଣାରେ ଅଧିକ ସମୟ ରଖିପାରିବେ ସମ୍ବନ୍ଧ

Published By : Prameya-News7 Bureau | January 12, 2019 IST

ବୈବାହିକ ଜୀବନ ଅଧିକ ଗୁରୁତ୍ଵପୂର୍ଣ୍ଣ ସମସ୍ତଙ୍କ ପାଇଁ  । କିନ୍ତୁ ଅନେକ ସମୟରେ ବୈବାହିକ ଜୀବନକୁ ନେଇ ଝଡ଼ ଉଠିଥାଏ । କେହି କେହି ଜୀବନକୁ ଅସାର ବୋଲି ଭାବିଥାନ୍ତି । ଯଦି ସ୍ଵାମୀ-ସ୍ତ୍ରୀ ଭିତରେ ସମ୍ବନ୍ଧ ରଖିବା ସନ୍ତୁଳିତ ଭାବରେ ହୋଇପାରେ ନାହିଁ, ତାହେଲେ ପାରିବାରିକ ବିଶୃଙ୍ଖଳା ମଧ୍ୟ ଦେଖାଯାଇଥାଏ । ଶାରିରୀକ ସମ୍ବନ୍ଧ ରଖିବାରେ ଯଦି ସ୍ତ୍ରୀ ସନ୍ତୁଷ୍ଟ ହୋଇପାରେ ନାହିଁ, ତାହେଲେ ବୈବାହିକ ଜୀବନରେ ପରକୀୟା ପ୍ରୀତି ଭଳି ଘଟଣା ମଧ୍ୟ ଦେଖାଯାଇଥାଏ । ଏ ସବୁର ପ୍ରତିକାର ପାଇଁ ବିଭିନ୍ନ ପ୍ରକାର ଯୋଗାସନର ଆବଶ୍ୟକତା ରହିଛି ।

{"id":73311,"width":582,"height":874}

ଏହି ଆସନ ଦ୍ଵାରା ନିଜର ଯୌନଶକ୍ତି ବଢ଼ାଇବା ସହ ଶ୍ରୀଘ୍ର ସ୍ଖଳନରୁ ରକ୍ଷା କରିଥାଏ । ଆସନ୍ତୁ ଜାଣିବା କଣ ଏହି ଯୋଗାସନ ସଂପର୍କରେ ।

{"id":73312,"width":573,"height":306}

ସର୍ବାଙ୍ଗ ଆସନ-

{"id":73313}

୧-ପ୍ରଥମେ ସମତଳରେ ଚିତ୍ ହୋଇ ଉପରକୁ ମୁହଁକରି  ଶୋଇଯାଆନ୍ତୁ  ।

{"id":73314}

୨-ତା ପରେ ହାତ ଦୁଇଟିକୁ ସମତଳରେ ରଖି ଗୋଡ଼ ଦୁଇଟିକୁ ଆସ୍ତେ ଆସ୍ତେ କରି ସିଧାକରି ଉପରକୁ ଉଠାନ୍ତୁ ।

୩-ଅଣ୍ଟାକୁ ଦୁଇ ହାତରେ ଧରି ଗୋଡ଼ଦୁଇଟିକୁ ଉପରକୁ ସିଧାକରି ରଖନ୍ତୁ ।

୪-ସୁସ୍ଥଭାବରେ ନିଶ୍ଵାସ-ପ୍ରଶ୍ଵାସକୁ ରେଚକ-କୁମ୍ଭକ-ପୂରକ ପ୍ରକ୍ରିୟାରେ ଚଳପ୍ରଚଳ କରାନ୍ତୁ ।

୫- ଦୈନିକ ୫ମିନିଟରୁ ଅଧିକ ସମୟ ଏଭଳି କରନ୍ତୁ ଓ ଏହି ଆସନର ଅବଧିକୁ ଅଧିକ ସମୟ ପର୍ଯ୍ୟନ୍ତ ବଢ଼ାନ୍ତୁ ।

ଏହା ଦ୍ଵାରା ରକ୍ତ ସଂଚାଳନ ବୀପରୀତ ଦିଗରେ ହେବା ସହିତ ମାଂସପେଶୀ, କୋଷ,ଅଙ୍ଗପ୍ରତ୍ୟଙ୍ଗକୁ ସଠିକ ଭାବେ କାର୍ଯ୍ୟରେ ଲଗାଇଥାଏ । ଏହି ଆସନ ଦ୍ଵାରା ନିଜର ଯୌନଧାରଣ ଶକ୍ତି ବଢ଼ାଇଥାଏ, ଯାହା ବିଛଣାରେ ଅଧିକ ସମୟ ପର୍ଯ୍ୟନ୍ତ ସହବାସ କରିବାକୁ ଶକ୍ତି ବଢ଼ାଇଥାଏ ।

ଏହି ଆସନ ସହିତ ମଧ୍ୟ ଖାଦ୍ୟପଦାର୍ଥ ପ୍ରତି ଗୁରୁତ୍ଵଦେବା ଆବଶ୍ୟକ । ତେଲମସଲାଯୁକ୍ତ ଖାଦ୍ୟ, ଜଙ୍କ୍ ଫୁଡ଼୍, କିମ୍ଵା ଅତି ଗୁରୁପାକ ଖାଦ୍ୟ ଖାଇବାକୁ ବାରଣ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.