ସୁନ୍ଦର ଓ ଶକ୍ତିଶାଳୀ ହେବାକୁ ଚାହୁଁଛନ୍ତି କି ? ଖାଆନ୍ତୁ ଏହି ଜିନିଷ... ମାସକ ପରେ ବଦଳିଯିବ ଚେହେରା

Published By : Prameya-News7 Bureau | January 13, 2019 IST

ଆଜିକାଲି ମଣିଷ ଅନେକ କର୍ମଜଂଜାଳ ଭିତରେ ରହି ଖାଦ୍ୟପାନୀୟ ଠିକ ଭାବେ ଗ୍ରହଣ କରିପାରେନାହିଁ, ଫଳରେ ଶାରୀରିକ ଦୁର୍ବଳତା ଅନୁଭବ କରିଥାଏ । ଉପଯୁକ୍ତ ଭିଟାମିନଯୁକ୍ତ ଖାଦ୍ୟର ଅଭାବରୁ ବିଭିନ୍ନ ରୋଗ ମଧ୍ୟ ମାଡ଼ିବସିଥାଏ । ବୟସ ଅଧିକ ହେଲା ପରି ଲାଗେ । କୋଣସି କାମ କରିବାକୁ ଆଗ୍ରହ ଆସେନାହିଁ । ସ୍ନାୟବିକ ଉତ୍ତେଜନା ମଧ୍ୟ କମି କମି ଯାଏ । ଫଳରେ ସାଂସାରିକ ଜୀବନ ମଧ୍ୟ ଦୁର୍ବିସହ ହୋଇପଡ଼େ ।

{"id":73591,"width":587,"height":371}

ଶରୀର ଅସୁସ୍ଥ ହୋଇପଡ଼ିଲେ କୌଣସି କାମ କରିବାକୁ ଆଗ୍ରହ ହୁଏ ନାହିଁ । ସ୍ଵାସ୍ଥ୍ୟ ସଂପଦ ବୋଲି କୁହାଯାଏ ଯଦି ସ୍ଵାସ୍ଥ୍ୟ ସବୁବେଳେ ସୁସ୍ଥ ଓ ନିରାମୟ ଥାଏ ।

{"id":73598,"width":586,"height":383}

ବୟସ ଅନୁସାରେ ଖାଦ୍ୟର ପରିମାଣ ଓ ଭିଟାମିନକୁ ଗୁରୁତ୍ଵ ଦେବା ଆବଶ୍ୟକ । ଅନେକ ସମୟରେ ବ୍ୟସ୍ତତା କାରଣରୁ ଖାଦ୍ୟପଦାର୍ଥ ଠିକ ଭାବରେ ଗ୍ରହଣ କରିହୁଏନାହିଁ । ଯାହା ଶରୀର ପାଇଁ ଅନିଷ୍ଠକାରକ ହୋଇଥାଏ ।

{"id":73592,"width":586,"height":365}

ଆଜି ଆମେ ଯେଉଁ ବିଷୟରେ ଆଲୋଚନା କରିବାକୁ ଯାଉଛୁ ,ଏହି ଖାଦ୍ୟ ଖାଇବେ ତ ଆପଣ ବଳଶାଳୀ ହେବା ସହିତ ସୁନ୍ଦର ମଧ୍ୟ ଦେଖାଯିବେ । ତା ହେଲେ ଡ଼େରି କରୁଛନ୍ତି କାହିଁକି କାଲିଠାରୁ ଖାଇବା ଷ୍ଟାର୍ଟ କରିଦିଅନ୍ତୁ । ଯଦି ଏତିକି କରୁନାହାଁନ୍ତି ପରେ ନିଶ୍ଚୟ ପ୍ରସ୍ତେଇବା ସାର ହେବ ।

{"id":73599,"width":592,"height":444}

ପ୍ରତ୍ୟେକଦିନ ଅଶ୍ଵଗନ୍ଧାଚୂର୍ଣ୍ଣ ଗରମ ପାଣିରେ ଖାଆନ୍ତୁ, ବଦଳିଯିବ ଆପଣଙ୍କର ସ୍ଵାସ୍ଥ୍ୟ । ଏହି ଚୂର୍ଣ୍ଣକୁ ଏକ ଚାମଚ ନେଇ ଏକ ଗ୍ଲାସ୍ ଗରମ ପାଣି ସହ ସେବନ କଲେ ବଦଳିଯିବ ଆପଣଙ୍କର ଚେହେରା । ଏହି ଚୂର୍ଣ୍ଣକୁ ଖାଲି ପେଟରେ ଖାଇବା ଭଲ । ସକାଳେ ଖାଲିପେଟରେ ଖାଇଲେ, ଅନେକ ଉପକାରିତା ମିଳିଥାଏ । ଏହି ଚୂର୍ଣ୍ଣସେବନ ଫଳରେ ପାଚନକ୍ରିୟା ଠିକ ହେବା ସହ ପେଟରେ ଥିବା ଗ୍ୟାସ ସଂବନ୍ଧୀୟ ବିଭିନ୍ନ ରୋଗ ଭଲ ହୋଇଥାଏ । ଏହା ଥକ୍କାପଣ ଦୂର କରିଵା ସହ ଶରୀରକୁ ସୁନ୍ଦର ମଧ୍ୟ କରିଥାଏ ।

{"id":73593,"width":584,"height":390}

ଏହି ଚୂର୍ଣ୍ଣ ଯଦି ୧ ମାସ ପର୍ଯ୍ୟନ୍ତ ସେବନ କଲେ  ହେଲେ ଶରୀରକୁ ମଜବୁତ କରିବାସହ ଶକ୍ତଶାଳୀ ମଧ୍ୟ କରିଥାଏ ।ଏହାକୁ ଗରମ ପାଣିସହ ମଧ୍ୟ ସେବନ କରିପାରିବେ । ଏହି ଚୂର୍ଣ୍ଣକୁ କ୍ଷୀର ସହ ବ୍ୟବହାର କଲେ ଭଲ, ଏହା ଦେହକୁ ଅଧିକ ପରିମାଣରେ ପୋଷକ ଯୋଗାଇବ ।  କିନ୍ତୁ ଗରମ କ୍ଷୀର ସହ ଏହାକୁ ବ୍ୟବହାର କରନ୍ତୁ ନାହିଁ ।

ଆପଣ ଏହାକୁ ବ୍ୟବହାର କରିବା ଆରମ୍ଭ କରନ୍ତୁ ତ ? ଦେଖିବେ ଆପଣଙ୍କ ଚେହେରା ଚମକ କିପରି ଖେଳିଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.