କ୍ଷୀର ବଦଳରେ ପିଉନାହାନ୍ତି ତ ଡିଟରଜେଣ୍ଟ ପାଉଡର ? କେମିତି ଜାଣିବେ କ୍ଷୀର କେତେ ଶୁଦ୍ଧ
23/05/2023 at 3:21 PM

ନୂଆଦିଲ୍ଲୀ ୨୩।୦୫: ଦୈନନ୍ଦିନ ଜୀବନରେ କ୍ଷୀର ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ । କ୍ଷୀର ଶରୀରକୁ ଶକ୍ତି ଯୋଗାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଯେଉଁ କ୍ଷୀର ଆପଣ ପିଉଛନ୍ତି ତାହା ଶୁଦ୍ଧ କି ମିଶ୍ରିତ । କ୍ଷୀରରେ ମିଶ୍ରଣ ବାହାନାରେ ଲୋକମାନେ ପାଣି ବା ଡିଟରଜେଣ୍ଟ ପାଉଡର ମିଶାଇ ଦେଉ ନାହାନ୍ତି ତ । ଯାହାକି ଆପଣଙ୍କ ଶରୀର ପ୍ରତି ବେଶ କ୍ଷତିକାରକ ସାବ୍ୟସ୍ତ ହେବ । ଆସନ୍ତୁ ଜାଣିବା କ୍ଷୀର ଅସଲି କି ନକଲି ଜାଣିବାର କିଛି ଉପାୟ…

ଆପଣ କ୍ଷୀରର ବାସ୍ନା କିମ୍ବା କ୍ଷୀରର ସ୍ୱାଦ ଦ୍ୱାରା ଏହାର ଶୁଦ୍ଧତା ଜାଣିପାରିବେ । ନକଲି କ୍ଷୀର ବହୁତ ପତଳା ହେଇଥାଏ । ତେବେ ଏହିଭଳି କିଛି ଉପାୟରେ ଆପଣ କ୍ଷୀରର ଶୁଦ୍ଧତା ଜାଣି ପାରିବେ ।

ଶୁଦ୍ଧ କ୍ଷୀରକୁ ଚିହ୍ନିବା ପାଇଁ ଭୂମିରେ ୨-୩ ବୁନ୍ଦା କ୍ଷୀର ପକାଇ କ୍ଷୀର କିପରି ପ୍ରବାହିତ ହେଉଛି ତାହା ଯାଞ୍ଚ କରନ୍ତୁ । ଯଦି କ୍ଷୀର ଧୀରେ ଧୀରେ ଧଳା ଚିହ୍ନ ଛାଡି ପ୍ରବାହିତ ହୁଏ, ତେବେ ଏହି କ୍ଷୀର ଶୁଦ୍ଧ ଅଟେ । କିନ୍ତୁ ଯଦି କ୍ଷୀର ଭୂମିରେ ପଡ଼ିବା ମାତ୍ରେ ଶୀଘ୍ର ପ୍ରବାହିତ ହେବାକୁ ଲାଗେ, ତେବେ ବୁଝନ୍ତୁ ଯେ ଏଥିରେ ଅପମିଶ୍ରଣ ହୋଇଛି ।

ଅପମିଶ୍ରଣ କ୍ଷୀରକୁ ଚିହ୍ନିବା ପାଇଁ ଆପଣ ଲିଟମସ୍ କାଗଜ ମଧ୍ୟ ବ୍ୟବହାର କରିପାରିବେ। ଲିଟମସ୍ କାଗଜରେ ଦୁଇ ବୁନ୍ଦା କ୍ଷୀର ପକାଇ ଯାଞ୍ଚ କରନ୍ତୁ । ଯଦି ୟୁରିଆ କ୍ଷୀରରେ ମିଶ୍ରିତ ହୁଏ, ତେବେ ଲିଟମସ୍ କାଗଜର ରଙ୍ଗ ଲାଲରୁ ନୀଳ ରଙ୍ଗରେ ବଦଳିଯିବ । କିନ୍ତୁ ଯଦି କାଗଜର ରଙ୍ଗ ସମାନ ରହିଥାଏ, ତେବେ ବୁଝନ୍ତୁ ଯେ ଏଥିରେ ଅପମିଶ୍ରଣ ହୋଇନାହିଁ ।