ଆପଣଙ୍କ ଦୋକାନ କିମ୍ବା ଅଫିସ କ୍ଷତିରେ ଚାଲୁଛି କି ? ତା ହେଲେ କରନ୍ତୁ ଏହି ବାସ୍ତୁ ବିଚାର
25/01/2019 at 8:09 PM

ଅନେକ ପୁରୁଣା ବ୍ୟବସାୟିକ ସଂସ୍ଥା ବି ହଠାତ କ୍ଷତିର ସମ୍ମୁଖୀନ ହୋଇଥାଏ । ବ୍ୟବସାୟିକ ସଂସ୍ଥା କି ଅଫିସ ,ଯଦି କ୍ଷତିରେ ଚାଲୁଥାଏ , ତାହେଲେ କରନ୍ତୁ ଏହି ଉପଚାର । ଏହି ପ୍ରକାର ଉପଚାର କଲେ, କୌଣସି ପ୍ରକାର ଅସୁବିଧା ହୋଇ ନ ଥାଏ । ତା ହେଲେ ଜାଣନ୍ତୁ ଜାଣିବା କଣ ଥାଇପାରେ ବାସ୍ତୁବିଚାର ।

ଯଦି ଅଫିସ କିମ୍ବା ବ୍ୟବସାୟ ପ୍ରତିଷ୍ଠାନକୁ କ୍ଷତିରୁ ବଂଚାଇବାକୁ ଚାହୁଁଛନ୍ତି, ତା ହେଲେ କରନ୍ତୁ ଏହି ପ୍ରକାର ପ୍ରତିକାର ।

ଦୋକାନ କିମ୍ବା ଅଫିସରେ ଇଶାନ କୋଣକୁ ହାଲକା ରଂଗ ଦେବା ସହିତ ସ୍ଵଚ୍ଚ ରଖିଲେ ଏହି ପ୍ରକାର ଅସୁବିଧା ଦୂର ହୋଇପାରିବ ।
ପିଇବା ପାଣି ଅଫିସର ଐଶାନ୍ୟ କିମ୍ବା ପୂର୍ବଦିଗ,ଉତ୍ତରଦିଗରେ ରହିବା ଦରକାର ।
ଅଫିସ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ ଐଶାନ୍ୟ, ପୂର୍ବ କିମ୍ବା ଉତ୍ତର ଦିଗରେ ପୂଜା ହେଉଥିବା ଦିଅଁଙ୍କୁ ରଖିବା ଦରକାର ।
ଦୋକାନର ଷ୍ଟୋର ରୁମ୍ ଧକ୍ଷିଣ, ପଶ୍ଚିମ, ନୈରୁତ ଦିଗରେ ରହିବା ଦରକାର ।

ମିଟର, ସ୍ଵିଚ୍ ବୋର୍ଡ଼, ଇନଭଟର ଅଗ୍ନିକୋଣରେ ରହିବା ଦରକାର ।
ଦୋକାନ ସାମନାରେ କୌଣସି ସିଢ଼ି, ବିଜୁଳି ଖୁଣ୍ଟି,ଟେଲିଫୋନ ଖୁଣ୍ଟି ରହିଥିଲେ ଶ୍ରୀଘ୍ର ହଟାଇବାକୁ ଚେଷ୍ଟା କରନ୍ତୁ, ଏହା ଦ୍ଵାରା ଶୁଭଫଳ ମିଳିବା ନିଶ୍ଚିତ ।