କଲିକତାରୁ ଆସୁଥିବା ବସ୍‌ରୁ ଜବତ ହୋଇଥିବା ୪୫ ବସ୍ତା କଏନ୍ ପ୍ରସଂଗ : ବ୍ଲେଡ୍ ଓ ଛୁଞ୍ଚି ତିଆରି ପାଇଁ ଚାଲାଣ ହେଉଥିଲା କଏନ୍ ?

Published By : Prameya-News7 Bureau | January 16, 2019 IST

ଭୁବନେଶ୍ବର ୧୬|୧: କଲିକତାରୁ ଭୁବନେଶ୍ବର ଆସୁଥିବା ଚକାଡୋଳା ଏବଂ ସାହିଲ ୨ଟି ବସ୍‌ରୁ ସମୁଦାୟ ୩୫ ବସ୍ତା କଏନ୍ ଜବତ ହୋଇଥିଲା । ଚକାଡୋଳା ବସ୍‌ରୁ ୩୦ ବସ୍ତା କଏନ ଜବତ ହୋଇଥିବାବେଳେ ସାହିଲ ବସ୍‌ରୁ ୧୫ବସ୍ତା କଏନ ଜବତ ହୋଇଥିଲା । ପ୍ରତି ବସ୍ତାରେ ୭୨ କେଜି ଓଜନର କଏନ ରହିଥିବା ବହିର୍ଶୁଳ୍କ ବିଭାଗର ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି ।

{"id":74619}

ତେବେ ଏହି କଏନ୍ କିଏ ପଠାଉଥିଲା ଓ କାହା ପାଖକୁ ପଠାଉଥିଲା ତାହା ଆହୁରି ଜଣାପଡି ନାହିଁ । କେବଳ କଲକତାରେ କଏନ୍ ବସ୍ତା ବସ୍‌ରେ ଉଠାଉଥିବା ହକର ଓ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍‌ରୁ ଏହି ବସ୍ତା ଓହ୍ଲାଉଥିବା ହକରକୁ ପୋଲିସ ଠାବ କରିଛି । କଏନଗୁଡିକ ଆରବିଆଇରେ ଦାଖଲ କରାଯିବ ବୋଲି ସୂଚନା ମିଳିଛି ।

{"id":74620}

ଏବେ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟା ଓ ପରିମାଣର କିଏ ଓ କାହିଁକି ଚାଲାଣ କରୁଥିଲା । କୁହାଯାଉଛି ଯେ, ଏହି କଏନରେ ଛୁଞ୍ଚି ଓ ବ୍ଲେଡ ତିଆରି ହୋଇଥାଏ । ଗୋଟିଏ ଟଙ୍କିକିଆ କଏନରୁ ୫ରୁ ୬ଟି ବ୍ଲେଡ ପ୍ରସ୍ତୁତ ହୋଇପାରେ । ଅର୍ଥାତ ଗୋଟିଏ ଟଙ୍କିକିଆ କଏନରୁ ୧୦ରୁ ୧୫ଟଙ୍କା ଲାଭ ମିଳିଥାଏ । ତେବେ ଭାରତୀୟ ମୁଦ୍ରାକୁ ତରଳାଇବା ବା ଜଳାଇବା ସମ୍ପୂର୍ଣ୍ଣ ବେଆଇନ କାର୍ଯ୍ୟ । ଯଦି କେହି ଏହା କରୁଥାଏ ତାହେଲେ ଏହା ଗର୍ହିତ ଅପରାଧ । ଗତ ୬ମାସ ହେଲା କଲିକତାରୁ ଏଭଳି କଏନ ଭୁବନେଶ୍ବରକୁ ପ୍ରତ୍ୟେକ ଦିନ ଆସୁଥିବା ଖବର ମିଳିଛି ।

{"id":74621}

ଏହା ପଛରେ ବଡ ଧରଣର ରାକେଟ କାମ କରୁଥିବା ମଧ୍ୟ ସନ୍ଦେହ କରିଯାଉଛି । ଭୁବନେଶ୍ବର ସତସଂଗ ବିହାରରେ ଥିବା କେନ୍ଦ୍ରୀୟ ବହିର୍ଶୁଳ୍କ ବିଭାଗ କାର୍ଯ୍ୟାଳୟରେ ଏହି କଏନ ବସ୍ତାଗୁଡିକ ଓଜନ କରାଯାଇଛି । ତେବେ ଏଥିରେ ସମୁଦାୟ କେତେ ଟଂକା ରହିଛି ତାହା ଜଣାପଡି ନାହିଁ ।ଆବଶ୍ୟକ ହେଲେ ଏକ ସ୍ବତନ୍ତ୍ର ଟିମ ଗଠନ କରି ଘଟମାର ଅନୁସଂଧାନ କରାଯିବ ବୋଲି ବିଭାଗ କହିଛି । ସୂଚନାଯୋଗ୍ୟ ଯେ, ଗତକାଲି ଉପରୋକ୍ତ ଦୁଇଟି ବସ୍ ଉପରେ ଚଢଉ କରି ଜିଏସଟି ବିଭାଗ ଏହି କଏନ ଜବତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.