କ’ଣ ଡେଟ୍ କରୁଛନ୍ତି କି କ୍ରିତି-କାର୍ତ୍ତିକ୍ ? ମନିଷ ମଲହୋତ୍ରାଙ୍କ ଘରେ ଏକାଠି ଆସିଲେ ନଜର
31/03/2023 at 8:19 AM

ମୁମ୍ଵାଇ ୩୧।୦୩: କାର୍ତ୍ତିକ ଆର୍ଯ୍ୟନ୍ ଏବଂ କ୍ରିତି ସାନନ୍ । ବିଟାଉନ୍ର ଜଣାଶଅୁଣା କଳାକାର। ହେଲେ ବର୍ତ୍ତମାନ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ପୂର୍ବରୁ କ୍ରିତିଙ୍କର ନା ପ୍ରଭାସ ସହ ଯୋଡା ଯାଉଥିଲା । ହେଲେ ସେ ଏହି ପ୍ରଶ୍ନ ଉପରେ ପୂର୍ଣ୍ଣଛେଦ ପକାଇଥିଲେ। ହେଲେ ଦୁହେଁ ସେମାନଙ୍କର ଆଗାମୀ ଚଳଚ୍ଚିତ୍ର ଶେହଜାଦା ପରେ ଆଲୋଚନାକୁ ଆସିଛନ୍ତି। ଯାହା ପରେ ସେମାନଙ୍କ ଡେଟିଂ ଖବର ବାହାରକୁ ଆସୁଛି । ଉଭୟଙ୍କ ଏକାଠି ଫଟୋ ପ୍ରାୟତଃ ଭାଇରାଲ ହେଉଛି।
ନିକଟରେ କ୍ରିତି ସାନନ ଏକ ଇଭେଣ୍ଟରେ ନଜର ଆସିଥିଲେ । ସେଠାରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ଗୋଟିଏ ଟେବୁଲରେ ବସିଥିବା ବେଳେ ଗପୁଥିବାର ନଜର ଆସିଥିଲେ । କେବଳ ଏତିକି ହିଁ ନୁହେଁ । କିଛି ସମୟ ପୂର୍ବରୁ କାର୍ତ୍ତିକ ଏବଂ କ୍ରିତିଙ୍କର ଇନଷ୍ଟାରେ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଉଭୟ ମନିଷ ମଲହୋତ୍ରାଙ୍କ ଘରେ ସ୍ପଟ୍ ହୋଇଥିଲେ। ପ୍ରଥମେ କାର୍ତ୍ତିକଙ୍କୁ ଦେଖିବାକୁ ମିଳିଥିଲା । ତାହାର କିଛି ସମୟ ପୂର୍ବରୁ କ୍ରିତି ଆସିଥିଲେ । ଏପରି ସେଠାରେ ଦେଖିବାରେ ମାତ୍ରେ ସମସ୍ତଙ୍କର ନା ନା ପ୍ରଶ୍ନ । କୁହାଯାଉଛି କି ମନିଷଙ୍କ ଘରକୁ ଏକାଠି ଆସିଛନ୍ତିମାନେ ଆଗକୁ କିଛି ହେବାକୁ ଯାଉଛି ବୋଧେ । ଡେଟିଂ କରିବା ଖବର ଉପରେ କଳ୍ପନା ଜଳ୍ପନା କରାଯାଉଛି।
ରୋମାଣ୍ଟିକ୍ ଫ୍ଲିକ୍ ‘ଲୁକା ଚୁପି’ରେ ଏକାଠି କାମ କରିବାର ପରେ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କ୍ରିତି ସାନନ୍ ଯୋଡିକି ଖୁବ୍ ଭଲ ପାଇବା ମିଳିଛି। ତାଙ୍କ ଯୋଡିଙ୍କୁ ଖୁବ୍ ପସନ୍ଦ କରାଯାଉଛି। ଶେହଜାଦା ‘ପାଇଁ ପୁଣିଥରେ ଏକାଠି ହେବାକୁ ମିଳିଥିଲେ। ବର୍ତ୍ତମାନ ତାଙ୍କର ଏହି ଭିଡିଓ ଦେଖି ସମସ୍ତେ କମେଣ୍ଟ କରିବାରେ ଲାଗିଛନ୍ତି।