ଆମେରିକାରେ ଭୀଷଣ ଥଣ୍ଡା, ମାଉଣ୍ଟ ୱାଶିଂଟନରେ ତାପମାତ୍ରା -୭୯ ଡିଗ୍ରୀ; ମେନ୍ ରାଜ୍ୟରେ ଭାଙ୍ଗିଲା ୪୦ ବର୍ଷର ରେକର୍ଡ
4/02/2023 at 11:03 PM

ନୂଆଦିଲ୍ଲୀ: ଆର୍କଟିକ ବ୍ଲାଷ୍ଟର ପ୍ରଭାବରେ ଆମେରିକାର ଅଧିକାଂଶ ରାଜ୍ୟରେ ତାପମାତ୍ରରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । କିଛି ସ୍ଥାନରେ ତାପମାତ୍ରା ବିଯୁକ୍ତ ୭୯ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇଛି । ମିଡିଆ ରିପୋର୍ଟ ଅନୁସାରେ, ଆର୍କଟିକ ବ୍ଲାଷ୍ଟ ପରେ ବରଫର ଥଣ୍ଡା ପବନ କାନାଡା ଦେଇ ଆମେରିକାରେ ପହଞ୍ଚିଛି । ଏହା ଦ୍ୱାରା ଜନ-ଜୀବନ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି । ଅନେକ ରାଜ୍ୟରେ ହଠାତ୍ ତାପମାତ୍ରା ହ୍ରାସ ରେକର୍ଡ କରାଯାଇଛି । ନ୍ୟୁ ହାମେସ୍ପିୟରର ମାଉଣ୍ଟ ୱାଶିଂଟନରେ ତାପମାତ୍ରା -୭୯ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ହୋଇଛି ।
Frontal squall passage at home – short-lived but almost a total whiteout. Still, summer squall lines are better. Here comes the arctic blast… pic.twitter.com/M4h59CxpHK
— Sophie Splawinski (@aviation_wx) February 3, 2023
ନ୍ୟୁୟର୍କ, ମେସାଚୁୟେଟ୍ସ, କନେକ୍ଟିକଟ, ରୋଡ ଆଇଲାଣ୍ଡ, ନ୍ୟୁ ହାମେସ୍ପିୟର, ଭରମୋଣ୍ଟ ଏବଂ ମେନରେ ପ୍ରାୟ ୧.୬ କୋଟି ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ନ୍ୟାସନାଲ ୱେଦର ସର୍ଭିସ ବୟାନ ଜାରି ଅନୁସାରେ, ଡିପ୍ ଫ୍ରିଜର ସ୍ଥିତି କମ ସମୟ ଯାଏ ରହିବ, କିନ୍ତୁ ହାଡ ଭଙ୍ଗା ଥଣ୍ଡାରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହେବ । ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।
Boston Harbor looks like it's on fire with the #Seasmoke this morning.
— Mike Seidel (@mikeseidel) February 4, 2023
It's caused by the frigid air (-10°) interacting with the 42° water leading to condensation. Same process at the steam from hot coffee. We're live on @weatherchannel #cold #arcticblast pic.twitter.com/FDylggrGmY
ଅନେକ ରାଜ୍ୟରେ ତାପମାତ୍ରା ୪୦ ବର୍ଷର ରେକର୍ଡ ଭାଙ୍ଗିଛି । ଆର୍କଟିକରୁ ଥଣ୍ଡା ପବନ ବୋହିବା କାରଣରୁ ତାପମାତ୍ରାରେ ହ୍ରାସ ରେକର୍ଡ କରାଯାଇଛି । ମିନେସୋଟା ଏବଂ ଅନ୍ୟ କିଛି ସ୍ଥାନରେ ତାପମାତ୍ରା -୩୯ ଡିଗ୍ରୀ ଯାଏ ହ୍ରାସ ହୋଇଛି ।