ନାଗ-ଚାନ୍ଦ ଦମ୍ପତ୍ତିଙ୍କ ବେଆଇନ୍‌ ସମ୍ପତ୍ତିର ଗୁମର; ଇଡି ଚାର୍ଜସିଟ୍‌ରୁ ମିଳିଲା ସାଂଘାତିକ ତଥ୍ୟ

Published By : Prameya-News7 Bureau | January 15, 2023 IST

ଭୁବନେଶ୍ୱର ୧୫/୦୧: ଇଡି ଚାର୍ଜସିଟରେ ବ୍ଲାକମେଲ୍‌ କୁଇନ ଅର୍ଚ୍ଚନା ନାଗ ନାଁରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି। ଫଳରେ ନାଗ ଦମ୍ପତ୍ତିଙ୍କର କଳା ସାମ୍ରାଜ୍ୟର ଗୁମର ଧିରେ ଧିରେ ପ୍ରଘଟ ହେଉଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ସିନେ ପ୍ରଯୋଜକଙ୍କୁ ସେ କେମିତି ଫସାଇଥିଲା ? ତାର ପୁରା କାହାଣୀ ଚାର୍ଜସିଟ୍‌ରେ ରହିଛି। କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ବ୍ଲାକମେଲ ପରେ କିଭଳି ଅର୍ଚ୍ଚନାର ଆକାଉଣ୍ଟରେ ଟଙ୍କା ଡିପୋଜିଟ ହେଉଥିଲା ତାର ମଧ୍ୟ ଖୁଲାସା ହୋଇଛି।

ବିଲ୍ଡର ପ୍ରମୋଦଙ୍କ ନାଁରେ ଯୌନ ଶୋଷଣ ମାମଲାରେ ଅର୍ଚ୍ଚନା ବ୍ୟାଙ୍କ୍‌ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଆସିଥିଲା। ଭୁବନେଶ୍ୱର କୋର୍ଟରେ ଇଡି ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ କହୁଛି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ କଳା କାହାଣି କହିଛି। ସିନେ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କ ଘରେ ଭଡାରେ ରହୁଥିବା ବେଳେ ୨୦୧୭ ନଭେମ୍ବର ୧୬ରେ ଅର୍ଚ୍ଚନା ମହିଳା ଥାନାରେ ଯୌନ ଶୋଷଣ ଅଭିଯୋଗ କରିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ ହୋଇଥିଲା ସହୀଦ ନଗର ଏଚଡିଏଫସି ବ୍ୟାଙ୍କରେ ଥିବା ଅର୍ଚ୍ଚନାଙ୍କ ଆକାଉଣ୍ଟରେ ୨ଲକ୍ଷ ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ୮ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିଲା ବୋଲି ଜଣାପଡ଼ିଛି। ଏପଟେ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ ହେବା ପରେ ଥାନାରେ ଯୌନ ଶୋଷଣ ମାମଲାର ରଫାଦଫା ହୋଇଯାଇଥିଲା। ଅର୍ଚ୍ଚନା ନାଗର ଆକଆଉଣ୍ଟ ଡିଟେଲସ୍‌ରୁ ଏପରି ସତ ସାମ୍ନାକୁ ଆସିଛି।

ସେହିପରି ଡିସେମ୍ବର ୫, ୮ ଓ ୨୨ ତାରିଖରେ ନାଗ ଚାନ୍ଦ ଦମ୍ପତ୍ତିଙ୍କ ଆକାଉଣ୍ଟକୁ ମୋଟ୍‌ ୨୧ ଲକ୍ଷ ୭୦ ହଜାର ଟଙ୍କା ଆସିଛି। ଅନ୍ୟପଟେ ୨୦୧୭ ଡିସେମ୍ବର ୮ରେ କାର ବିଜନେସ ବାବଦକୁ ଏଗ୍ରିମେଣ୍ଟ କରିବା ସହ ଖଗେଶ୍ୱଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଆସିଥିବା ଇଡି ଡକ୍ୟୁମେଣ୍ଟ ପାଇଛି। ଯାହାଫଳରେ ଇଡି ଏବେ ନାଗ-ଚାନ୍ଦ ଦମ୍ପତ୍ତି ଓ ସହଯୋଗୀ ଖଗେଶ୍ୱର ପାତ୍ର ନାଁରେ ବଳିଷ୍ଠ ପ୍ରମାଣ ପାଇଛି। ବେଆଇନ ଆର୍ଥିକ କାରବାରର ତଦନ୍ତ କଲାବେଳେ ଏମିତି ଅନେକ ସାଂଘାତିକ ତଥ୍ୟ ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଛି। ସେପଟେ ଝାରପଡ଼ା କାରାଗାରରେ ଥିବା ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ନିଦ ହଜାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.