ଏହି ଟପ୍ ଅଭିନେତ୍ରୀ ସମ୍ଭାଳିବେ 'କପିଲ ଶର୍ମା ସୋ' ଜଜ୍ ଆସନ ! ଅର୍ଚ୍ଚନା କହିଲେ ପ୍ରକୃତ କାରଣ

Published By : Prameya-News7 Bureau | December 05, 2022 IST

ମୁମ୍ୱାଇ ୦୫/୧୨: ଦି କପିଲ ଶର୍ମା ଶୋ’ରେ ନିଜର ନିଆରା ହସ ପାଇଁ ବେଶ୍ ଫେମସ ଅର୍ଚ୍ଚନା ପୁରନ୍ ସିଂ । ଯାହାକି ପ୍ରଶଂସକଙ୍କ ପାଇଁ ହସର ଖୁରାକ୍ ବୋଲି କୁହାଯାଏ । ଅର୍ଚ୍ଚନାଙ୍କ କମେଡି ଶୋ’ରେ ଲାଗିଯାଏ ଚାରଚାନ୍ଦ୍ । ଗତ କିଛି ବର୍ଷ ହେବ ଅର୍ଚ୍ଚନା ସିଦ୍ଧୁଙ୍କ ସ୍ଥାନରେ ରିପ୍ଲେସ ହୋଇ ଆସି ଜଜ୍ ସିଟ୍‌ରେ ବସିଛନ୍ତି ।

ପ୍ରାୟତଃ ଅନେକ ସମୟରେ ସିଦ୍ଧୁଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ସୋରେ ଚର୍ଚ୍ଚା ହୁଏ । ଯେଉଁଥିପାଇଁ ଅର୍ଚ୍ଚନାଙ୍କ ଚେୟାର ପ୍ରତି ବିପଦ ରହିଥାଏ । କିନ୍ତୁ ଲାଟେଷ୍ଟ ଏପିସୋଡରେ ଅର୍ଚ୍ଚନା ନବଜୋତ ସିଂ ସିଦ୍ଧୁଙ୍କୁ ନୁହେଁ ବରଂ ବଲିଉଡର ବରିଷ୍ଠ ଅଭିନେତ୍ରୀଙ୍କୁ ନିଜ ପାଇଁ ବିପଦ ବୋଲି କହିଛନ୍ତି । ଆପଣ ମଧ୍ୟ ଏହି ନାମ ଜାଣିବାକୁ ଆଗ୍ରହୀ ଥିବେ । ତେବେ ଏହାକୁ ଅତି ଆରାମରେ ନେଇ ଅର୍ଚ୍ଚନା କହିଛନ୍ତି ଯଦି କେହି ସେହି ସ୍ଥାନ ନେବାକୁ ଆଗରେ ଅଛନ୍ତି ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଚୁଲବୁଲି କାଜୋଲ୍ ।

ଅର୍ଚ୍ଚନା ଅନୁଭବ କରିଛନ୍ତି ଯେ କପିଲଙ୍କ ସୋ’ରେ କେବଳ କାଜୋଲ ତାଙ୍କ ଚେୟାର ନେଇପାରିବେ । ସୂଚନା ଥାଉକି, କାଜୋଲ ତାଙ୍କ ଚଳଚ୍ଚିତ୍ର ସଲାମ ଭେଙ୍କିର ପ୍ରମୋସନ ପାଇଁ ସୋ’ରେ ପହଞ୍ଚିଥିଲେ । ଦି କପିଲ ଶର୍ମା ସୋ’ରେ କାଜୋଲ ଏବଂ ଫିଲ୍ମର ପୁରା ଷ୍ଟାରକାଷ୍ଟ ମଜା କରିଥିଲେ । କାଜୋଲ ତାଙ୍କର ନିଆରା ଷ୍ଟାଇଲରେ ପ୍ରଶ୍ନର ଉତ୍ତର ଦେଇଥିଲେ ।

କାଜୋଲ ହସି ହସି କୁହନ୍ତି ଯେତେବେଳେ ମୁଁ ଏଠାକୁ ଆସୁଛି ହସି ହସି ବେଦମ ହୋଇଯାଉଛି । ଏମିତି ହସୁଛି ଯେ, ୩ ଦିନ ପର୍ଯ୍ୟନ୍ତ ମୋର ଗାଲ ଦରଜ ରୁହେ । ସେ ଆହୁରି କହିଥିଲେ ଯେ, ମୁଁ ଏତିକିରେ ଏମିତି ହେଉଛି ଯଦି ୩ ଘଣ୍ଟା ବସିରହିବି ତେବେ ମୋର କଣ ହେବ ମୋର ଅବସ୍ଥା । କାଜୋଲଙ୍କୁ କମ୍ପ୍ଲିମେଣ୍ଟ ଦେବାକୁ ଯାଇ ଅର୍ଚ୍ଚନା କୁହନ୍ତି ଯେ, ଯଦି କେହି ମୋ କୁର୍ସି ନେବାର ପ୍ରଥମ ଦାବିଦାର ତେବେ ସେ ହେଉଛନ୍ତି କେବଳ କାଜୋଲ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.